ହୀରାକୁଦ ଜଳଭଣ୍ଡାରର ନୀଳ ଜଳରାଶିରେ କ୍ରୁଜ ବୋଟରେ ମଜା ନେଇ ପାରିବେ ପର୍ଯ୍ୟଟକ । ଏହାସହ ହୀରାକୁଦ ଜଳ ରାଶିରେ ଭାସ୍ୟମାନ ରେସ୍ତୋରାଁ ଓ ବୋଟିଂ କ୍ଲବର ବ୍ୟବସ୍ଥା ମଧ୍ୟ କରାଯିବ । ଏହାଦ୍ୱାରା ସମ୍ବଲପୁରକୁ ପର୍ଯ୍ୟଟକମାନେ ଆକର୍ଷିତ ହେବେ ।
ସେହିପରି ହୀରାକୁଦ ଜଳଭଣ୍ଡାର ନିକଟରେ ଉପଯୁକ୍ତ ସ୍ଥାନ ନିରୂପଣ କରି ହୋଟେଲ୍ କମ୍ପାନୀମାନଙ୍କୁ ସାମିଲ କରି ହୋଟେଲ୍ ଶିଳ୍ପର ବିକାଶ ନିମନ୍ତେ ଯୋଜନା ସହ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେବ । ଲେଜର ସୋ, ଆକ୍ୟୁଏରମ, ସଫାରୀ, ୱାଟର ଫ୍ଲା ପାର୍କ, ଯୋଗ ବଗିଚା ଆଦିର ବ୍ୟବସ୍ଥା କରାଯିବାର ମଧ୍ୟ ଯୋଜନା ରହିଛି ।