ସଂପୂର୍ଣ୍ଣ ଭାବେ ରଞ୍ଜନ ଶଯ୍ୟାଶାୟୀ । ଚିକିତ୍ସାପାଇଁ ସର୍ବସ୍ୱ ହରାଇବାପରେ ଏବେ ଚିକିତ୍ସା ପାଇଁ ଅଧିକ ଟଙ୍କାର ଆବଶ୍ୟକତା ଥିବାବେଳେ ପାଖରେ ଟଙ୍କାଟିଏ ନାହିଁ । ପଡୋଶୀ ମାନେ ନିଜର ସକ୍ଷମତା ଅନୁଯାୟୀ ସାହାଯ୍ୟ ସହଯୋଗ ର ହାତ ବଢ଼ାଉଛନ୍ତି ହେଲେ ସମୁଦ୍ର କୁ ଶଙ୍ଖେ ସଦୃଶ୍ୟ ।ଯେପରି କଥାରେ ଅଛି ବୋଝ ଉପରେ ଲଳିତା ବିଡ଼ା ଭଳି ଯେଉଁଠି ଭଲସେ ଦୁଇ ଓଳି ଦୁଇ ମୁଠା ଖାଇବା କଷ୍ଟ ଛୋଟ ଛୁଆଙ୍କ ପାଠ ପଢା କଥା ପଚାରେ କିଏ। ମା ରୀନା କାଣ୍ଡି କାହା ବିଲରେ କାମ କଲେ ଚୁଲି ଜଳିବ ସେ ଚିନ୍ତା କରିବ ନା ସ୍ୱାମୀ ଶଯ୍ୟାଶାଇ ସେ କଥା ଭାବିବ। ସଂସାର ର ଭାର ସହିତ ସ୍ୱାମୀର ଚିକିତ୍ସା କଥା ଚିନ୍ତାରେ ତାଙ୍କ ପେଟକୁ ଦାନା ଯାଉ ନାହିଁ ନା ପାଟିରୁ କଥା ବାହାରୁ ନାହିଁ।
ଏ ପଟେ ସାହାଯ୍ୟ ପାଇବା ଆଶାରେ ରୀନା କାଣ୍ଡିଠୁ ଆରମ୍ଭ କରି ସ୍ଥାନୀୟ ବାସିନ୍ଦା ସହଯୋଗର ହାତ ବଡାଇବା ପାଇଁ ନିବେଦନ କରିଛନ୍ତି ପ୍ରଶାସନ ଠାରୁ ଆରମ୍ଭକରି ସହହୃଦୟ ବ୍ୟକ୍ତିମାନଙ୍କୁ।ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାପାଇଁ ଭାଙ୍ଗି ପଡିଥିବା ରଞ୍ଜନ ଙ୍କ ପରିବାର କେବଳ ସହାୟତାର ଅପେକ୍ଷାରେ । ଯେଉଁ ସହୃଦୟ ବ୍ୟକ୍ତି ସହଯୋଗ କରିବେ ସେମାନେ ଏହି ଠିକଣାରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।
Rina kandi At/ Hulipur/ Post;-Kisannagar/ Dis;-Cuttack Punjab Bank, Ifsc-PUNB 0231700, A/c2317001700404663, Mob-8117059152