ପବିତ୍ର ମାଘ ମାସର ପୂର୍ଣ୍ଣିମା ତିଥିରେ ଏଠାରେ ବଡ଼ ଯାତ୍ରା ଅନୁଷ୍ଠିତ ହୋଇଥାଏ । ପ୍ରଭୁ ନୀଳକଣ୍ଠେଶ୍ୱରଙ୍କୁ ବିକ୍ରମପୁର ମାଳି ପରିବାର ବହୁ ପୁରାତନ କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ପୂଜା କରି ଆସୁଛନ୍ତି । ସକାଳୁ ସୂର୍ଯ୍ୟପୂଜା, ପଞ୍ଚାମୃତରେ ଅଭିଷେକ ମଙ୍ଗଳ ଆଳତି ପରେ ଲାଗି କରାଯାଇଥିଲା । ମହାଦେବଙ୍କ ଦର୍ଶନ ପାଇଁ ବହୁ ଦୂର ଦୁରାନ୍ତରୁ ଭକ୍ତମାନେ ଛୁଟି ଆସିଥିଲେ ।
ବିଶ୍ଵାସ ରହିଛି ଏଠାରେ ଅପୁତ୍ରିକ ନାରୀ ମାନସିକ କଲେ ସନ୍ତାନ ପ୍ରାପ୍ତି ହୋଇଥାଏ । ମାନସିକଧାରୀ ପିଲାଠୁ ବୁଢା ଏଠାରେ ମୁଣ୍ଡନ ହୋଇ ଏଠାରେ ପ୍ରଭାହିତ ହଉଥିବା ପବିତ୍ର ଉତ୍ତର ଗଙ୍ଗାରେ ସ୍ନାନ କରି ଦେବଦେଵ ମହାଦେବଙ୍କୁ ପୂଜାର୍ଚ୍ଚନା କରିଥିଲେ । ମିଠା ଦୋକାନଠାରୁ ଚଣା ଚଟପଟା ଖାଦ୍ୟ ଦକାନରେ ଖାଇବା ସହ ପ୍ରାକୃତିକ ପରିବେଶର ମୋଜାନେବା ହାତଛଡା କରିନଥିଲେ ଲୋକେ ।