ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମାର୍କେଟ ଛକରୁ ବ୍ୟାରିକେଡ଼ ଏବଂ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରୁ ଜିକ୍ ଜ୍ୟାକ୍ ବ୍ୟାରିକେଡର ବ୍ୟବସ୍ଥା କରାଯାଇଥିଲା । ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ଅଗ୍ନିଶମ ବିଭାଗ ପକ୍ଷରୁ ଜଳ ସିଞ୍ଚନର ବ୍ୟବସ୍ଥା ହୋଇଥିଲା । କିଏ ହନୁମାନ ତ ଆଉ କିଏ ଓଡ଼ିଶୀ ନୃତ୍ୟ କରି ନିଜକୁ ସମର୍ପଣ କରୁଥିଲା। ଜନଗହଳି ନିୟନ୍ତ୍ରଣ,ଟ୍ରାଫିକ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।
ଆହୁରି ପଢନ୍ତୁ ଧର୍ମ ଓ ସଂସ୍କୃତି ଖବର...