ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ବେତଡା ବଜାର ଏବେ ସଜେଇ ହୋଇ ସାରିଲାଣି । ଧନଧାନ୍ୟର ଦେବୀ ମା ଗଜଲକ୍ଷ୍ମୀଙ୍କୁ ଧରାପୃଷ୍ଟକୁ ଅବତରଣ ଲାଗି ସବୁଆଡେ ଚାଲିଛି ସଜବାଜ । ବେତଡା ବଜାରର ୪ଗୋଟି ପୂଜା ମଣ୍ଡପରେ ଏବର୍ଷ ମା ଗଜଲକ୍ଷ୍ମୀଙ୍କ ସମେତ ବିଭିନ୍ନ ଦେବା ଦେବୀ ପୂଜା ପାଇବେ । ଆଉ ନିଜ ତୁଳୀରେ ଶେଷ ଷ୍ପର୍ଶ ଦେଇ ଚାଲିଛନ୍ତି କାରିଗର । ମା ଙ୍କୁ ସ୍ୱାଗତ ପାଇଁ ମାଙ୍କ ମୃଣୟ ମୃତି କାମ ଶେଷ କରିବାକୁ କାରିଗରଙ୍କ ହାତରେ ସମୟ ନାହିଁ । କେଉଁଠି କାରିଗର ମୃତି କାମରେ ବ୍ୟସ୍ତତ ପୁଣି କେଉଁଠି ତୋରଣ ତିଆରି କରିବାରେ ବ୍ୟସ୍ତ ।
କାରଣ ରାତି ପାହିଲେ ମାଙ୍କୁ ଆବାହନ କରାଯିବ । ପୂଜା ମଣ୍ଡପ ଗୁଡିକୁ ଆଲୋକରେ ଝିଲ ମିଲ କରିବା ପାଇଁ କାରିଗର ବ୍ୟସ୍ତ ହୋଇ ପଡିଛନ୍ତି । ତୋରଣ ଗୁଡିକୁ ଆକର୍ଷଣ କରିବା ପାଇଁ ପୂଜା କମିଟ ମାନେ ବେଶ ତପ୍ତର ହୋଇ ପଡିଛନ୍ତି । ଚଳିତ ବର୍ଷ ଜାକ ଜମକରେ ପୂଜାକୁ ପାଳନ କରିବା ପାଇଁ ଲାଗି ପଡିଛନ୍ତି କର୍ମକର୍ତ୍ତା ମାନେ ।
ପୂଜା ମଣ୍ଡପରେ ମାଙ୍କୁ ଆରାଧନା ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା । ଆକର୍ଷଣୀୟ ମୃଣୟ ମୃର୍ତୀ ନିର୍ମାଣ,ଉନ୍ନତ ମାନର ଲାଇଟ ସାଜସଜା,ଉଚ୍ଚ ତୋରଣ,ସଂସ୍କୃତିକ କାର୍ଯ୍ୟକ୍ରମ ସହିତ ଭଷାଣି ଉତ୍ସବକୁ ଖୁବ ଧୁମଧାମରେ ପାଳନ କରିବାକୁ ଆଶା ରଖିଛନ୍ତି । ଏହି ଉତ୍ସବକୁ ପାଳନ କରିବାକୁ ଲୋକନାଟ୍ୟ ପରିବେଷଣ ହେବାର ବ୍ୟବସ୍ତା କରାଯାଇଛି ।
ଦୀର୍ଘ ୨ବର୍ଷର କୋରନା କଟକଣା ହଟିବା ପରେ ସମସ୍ତ କମିଟି ଓ ଲୋକଙ୍କ ମଧ୍ୟରେ ଲକ୍ଷ୍ମୀପୂଜା କମିଟିକୁ ନେଇ ବେସ୍ ଉତ୍କଣ୍ଠା ଭରି ରହିଛି । ଲୋକମାନେ ସୁରକ୍ଷିତ ଦର୍ଶନ ପାଇଁ ବେତଡା ବଜାରରେ ସିସି ଟିଭିର ବ୍ୟବସ୍ଥା କମିଟି ତରଫରୁ କରାଯାଇଛି । ବେତଡାବାସୀଙ୍କ ଏହି ଗଣପର୍ବ ଗଜଲକ୍ଷ୍ମୀ ପୂଜାରେ ଲକ୍ଷାଧିକ ଭକ୍ତଙ୍କ ସମାଗମଙ୍କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ୨ପ୍ଲାଟୁନ ବ୍ୟବସ୍ତା କରାଯାଇଛି । ଏହା ଛଡା ବିଭିନ୍ନ ଅଂଚଳରୁ ପ୍ରସିଦ୍ଧ ଜକ୍ଷ୍ମିପୂଜାକୁ ଉପଭୋଗ କରିବା ପାଇଁ ଆସୁଧିବାରୁ କମିଟ ପକ୍ଷରୁ ସିସି କ୍ୟାମେରା,ପିଇବା ପାଣି ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି କମିଟର ସଭାପତି ।
ଧର୍ମ ଓ ସଂସ୍କୃତି ଖବର ଆହୁରି ପଢ଼ନ୍ତୁ ।