ସମସ୍ତ ମେଢ଼କୁ ସୁସଜିତ କରାଯାଇ ଗୀତ ଓ଼ ନାଚର ତାଳେ ଶ୍ରଦ୍ଧାଳୁ ମାନେ ନାଚ ଗୀତରେ ମସଗୁଲ ହୋଇପଡିଛନ୍ତି । ବିଶେଷ କରି କେନ୍ଦ୍ରାପଡ଼ା ସହର ସଦଭାବନା କ୍ଳବଠୁ ଆରମ୍ଭ କରି ତିନିମୁହାଣୀ ନିୟୁ ବସ ଷ୍ଟାଣ୍ଡ ଶାନ୍ତସାହିର ପ୍ରମୁଖ ରାସ୍ତାରେ ପୋଲିସ ପ୍ରଶାସନର କଡା ସୁରକ୍ଷାରେ ମେଲାଣି ଶୋଭାଯାତ୍ରା କରାଯଉଛି । 25ପ୍ଲାଟୁନ ପୋଲିସ ଫୋର୍ସ ସମେତ 24ଜଣ ମାଜିଷ୍ଟ୍ରେଟ ଡ଼ିଏସପି 10 ଓ଼ ଥାନା ଅଧିକାରୀ 20ଜଣ ବିଭିନ୍ନ ସ୍ଥାନରେ ମୁତୟନ ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଏସପି ମଡକର ସମ୍ବିଦ ସମ୍ପଦ ।
ତେବେ ଦୁଇ ଦିନ ଧରି ଶାନ୍ତି ଶୃଙ୍ଖଳାରେ ଭଷାଣୀ ଶୋଭାଯାତ୍ରା କରାଯିବ । ଦୀର୍ଘ 7ଦିନ ଧରି ଉତ୍ସବ ମୁଖର ଥିବା ଥିବା କେନ୍ଦ୍ରାପଡ଼ା ସହର ସମେତ ଗ୍ରାମାଞ୍ଚଳରେ ପୂଜା ପାଇଁ ସର୍ଗରମ ରହିଛି । ତେବେ କେନ୍ଦ୍ରାପଡ଼ା ସହରର ସମସ୍ତପୂଜା ମଣ୍ଡପ ମେଢ଼ ଶୋଭା ଯାତ୍ରା ସାରି ରାତି 10ଟା ସୁଦ୍ଧା ପୁରୁଣା ବସ ଷ୍ଟାଣ୍ଡରେ ପହଁଚିବାର କାର୍ଯ୍ୟକ୍ରମ ରହିଛି ସେଠାରୁ ଭୋଗଲାଗି କରାଯାଇ ଆସନ୍ତାକାଲି ସକାଳ 10ଟାରୁ ରାତି 12ଟା ମଧରେ ଭାଷାଣୀ କାର୍ଯ୍ୟକ୍ରମ ଶେଷ ହେବ। ତେବେ କେନ୍ଦ୍ରାପଡ଼ା ଭାଇଚାରା ସହର ପାଇଁ ସମସ୍ତ ଶ୍ରଦ୍ଧାଳୁ ଖୁସିଥିବା କହିଛନ୍ତି ଶ୍ରଦ୍ଧାଳୁ ।