ଅର୍ଗସ ବ୍ୟୁରୋ : ହରଭଙ୍ଗୀ ଜଳ ସେଚନ ପକ୍ଷରୁ ସତର୍କ ସୂଚନା । ହରଭଙ୍ଗୀ ଜଳ ଭଣ୍ଡାରର ନିମ୍ନ ଅବାବାହିକାରେ ସମସ୍ତ ନଦୀ କୂଳିଆ ଗ୍ରାମ ମାନଙ୍କରେ ବସବାସ କରୁଥିବା ସର୍ବ ସାଧାରଣଙ୍କୁ ସତର୍କ ସୂଚନା । ଗତ କିଛି ଦିନ ଧରି ଗଜପତି ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ସମସ୍ତ ବ୍ଳକରେ ଲାଗି ରହିଛି, ବର୍ତ୍ତମାନ ହରଭଙ୍ଗୀ ଜଳ ଭଣ୍ଡାର କ୍ଷମତା ଶତକଡା ୯୨ ଭାଗ ଜଳ ଗଚ୍ଛିତ ରହିଛି ଏବଂ ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁସାରେ ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷା ଯୋଗୁଁ ଜଳ ଭଣ୍ଡାର ଜଳ ପତ୍ତନ ବୃଦ୍ଧି ପାଇବାର ଆଶଙ୍କା ରହିଅଛି ।
ଏଣୁ ଜଳ ଭଣ୍ଡାର ସୁରକ୍ଷା ଦୃଷ୍ଟିରୁ ନିର୍ଗମନ ପଥ ଦେଇ ବଳକା ଜଳକୁ ଯେ କୌଣସି ସମୟରେ ସତର୍କ ଘଣ୍ଟି ବଜାଇ ନଦୀ ମଧ୍ୟକୁ ନିଷ୍କାସନ କରାଯିବ । ଏହି ସମୟରେ ନଦୀ ଗର୍ଭକୁ ନ ଯିବାପାଇଁ, ଗୃହପାଳିତ ପଶୁ ମାନଙ୍କୁ ନଦୀ ମଧ୍ୟକୁ ନ ଛାଡ଼ିବା ପାଇଁ ସତର୍କ କରାଯାଉଛି । ଏ ନେଇ ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।