ସମସ୍ତ ଅତିଥି ମାନଙ୍କୁ ପାରମ୍ପରିକ ବାଦ୍ୟର ତାଳେ ତାଳେ ଭବ୍ୟ ସ୍ଵାଗତ କରାଯାଇଥିଲା। ଦିନକୁ ଦିନ ପାଶ୍ଚାତ ସଭ୍ୟତା ଆଡକୁ ସମସ୍ତେ ଆକୃଷ୍ଟ ହେଉଥିବା ବେଳେ ଆଦିବାସୀ ସଂପ୍ରଦାୟ ଆଜିବି ତାର ସଂସ୍କୃତି, ପରମ୍ପରାକୁ, ଭାଷାକୁ ଅକ୍ଷୁର୍ଣ୍ଣ ରଖିଛି ଏବଂ ଆଗକୁ ମଧ୍ୟ ରହିବ। ଏହାକୁ ଆହୁରି ବ୍ୟାପକ କରିବା ସହିତ ଆଗାମୀ ପିଢ଼ି କିଭଳି ଏହାକୁ ନ ଭୂଳନ୍ତି ସେଥିପାଇଁ ଏ ଆୟଜନ କାରଣ ଆଦିବାସୀ ସଂପ୍ରଦାୟର ନିଜସ୍ଵ ଭାଷା, ସଂସ୍କୃତି ପରମ୍ପରା, ଚାଲି ଚଳନ ଅଛି।
ପାଶ୍ଚାତ୍ୟ ସଭ୍ୟତା ପଶିଲେ ବି ସଂସ୍କୃତି ପରମ୍ପରାକୁ ବଜାଇ ରଖିବା ଉଦ୍ଦେଶ୍ୟ ରେ ସମସ୍ତେ ଏକାଠି ହେବା ଭାଇ ଚାରା ସୃଷ୍ଟି କରିବା ଏହାର ମୂଳ ଲକ୍ଷ୍ୟ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ । ଶେଷରେ ସଂଧ୍ୟା ସମୟରୁ ଆରମ୍ଭ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିରାଟ ଆୟଜନକୁ ମନୋରଞ୍ଜନ ତୀରିଆ, ଗିରିଶ ଚନ୍ଦ୍ର ହେମ୍ବ୍ରମ୍, ଗଙ୍ଗାଧର ହେମ୍ବ୍ରମ , ମହାନ୍ତି ଜେରାଇ ଦମ୍ବୁରୁଧର ଚାତ୍ତାର ଏବଂ ଅନ୍ୟ ଉଦ୍ୟକ୍ତା ଅତି ସୁନ୍ଦର ଭାବରେ ଆୟଜନ କରିଥଲେ।
ଅଧିକ ପଢ଼ନ୍ତୁ ଓଡିଶା ଖବର: