ଚଢ଼ାଉ ସମୟରେ ନଗଦ 94 ହଜାର 5ଶହ ଟଙ୍କା ଜବତ କରିଛି। ଘଟଣା ସ୍ଥଳରୁ 2 ଜଣ କୌଶଳ କ୍ରମେ ଖସି ଯାଇଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି। ଅନ୍ୟ ପକ୍ଷରେ ଗିରଫ ହୋଇଥିବା ଜୁଆଡ଼ି ମାନଙ୍କ ନାମରେ ପୂର୍ବରୁ ବହୁବାର ଜୁଆ ଆଡ୍ଡାରେ ଗିରଫ ହୋଇଥିବା ସୂଚନା ମିଳିଛି।
ରାୟଗଡ଼ା : ରାୟଗଡ଼ା ଗୁଣପୁର ଜଗନ୍ନାଥ ରୋଡ଼ ସ୍ଥିତ ହନୁମାନ ମନ୍ଦିର ନିକଟ ଜୁଆ ଆଡ୍ଡା ଉପରେ ଚଢ଼ଉ । ଗୁଣୁପୁର ପୋଲିସ ଅତର୍କିତ ଚଢ଼ାଉ କରି 5ଜଣ ଜୁଆଡିଙ୍କୁ ଗିରଫ କରିଛି। ଏଠାରେ ଦୀର୍ଘଦିନ ଧରି ଜୁଆ ଖେଳ ଚାଲିଥିବା ଜାଣିପାରି ପୋଲିସ ଅତର୍କିତ ଚଢ଼ାଉ କରିଥିଲା।
ଚଢ଼ାଉ ସମୟରେ ନଗଦ 94 ହଜାର 5ଶହ ଟଙ୍କା ଜବତ କରିଛି। ଘଟଣା ସ୍ଥଳରୁ 2 ଜଣ କୌଶଳ କ୍ରମେ ଖସି ଯାଇଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି। ଅନ୍ୟ ପକ୍ଷରେ ଗିରଫ ହୋଇଥିବା ଜୁଆଡ଼ି ମାନଙ୍କ ନାମରେ ପୂର୍ବରୁ ବହୁବାର ଜୁଆ ଆଡ୍ଡାରେ ଗିରଫ ହୋଇଥିବା ସୂଚନା ମିଳିଛି।
ଅର୍ଗସ ବ୍ୟୁରୋ : ପୁଣି ସାମ୍ନାକୁ ଆସିଲା ଆଉ ଏକ ପ୍ରେମ କାହାଣୀ । ଆଉ ପ୍ରେମ ପାଇଁ ସରହଦ୍ ପାର କଲେ ୨୧ ବର୍ଷୀୟ ପାକିସ୍ତାନୀ ଯୁବତୀ ଜବରିୟା ଖାନ । ଯୁବତୀ ଜଣକ ନିଜ ପ୍ରେମିକଙ୍କୁ ଭେଟିବା ପରେ ବେଶ ଖୁସିବ୍ୟକ୍ତ କରିଛନ୍ତି । କହିଛନ୍ତି, ବାରମ୍ବାର ତାଙ୍କର ଭିସା ନାକଚ ହେବା ପରେ ଶେଷରେ ତାଙ୍କୁ ଭାରତ ଆସିବା ଲାଗି ଭିସା ମିଳିଛି । ଭାରତ ସରକାର ୨୧ ବର୍ଷୀୟ ପାକିସ୍ତାନୀ ଯୁବତୀ ଜବରିୟା ଖାନଙ୍କୁ ୪୫ ଦିନ ଲାଗି ଭିସା ଦେଇଛନ୍ତି । ଗତ କାଲି ଜବରିୟା ଖାନ ପଞ୍ଜାବର ଅଟାରି ବର୍ଡର ଦେଇ ଭାରତ ଭିତରକୁ ପ୍ରବେଶ କରିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
ଜବରିୟା ଭାରତରେ ପ୍ରବେଶ କରିବା ମାତ୍ରେ ତାଙ୍କ ପ୍ରେମିକ ସମୀର ଖାନ ଓ ଶ୍ବଶୁର ଢୋଲ ବାଜା ବଜାଇ ତାଙ୍କୁ ସ୍ବାଗତ କରିଥିଲେ । ସେପଟେ ଜବରିୟା ଭାରତୀୟଙ୍କୁ ପ୍ରେମ କରୁଥିବାକୁ ତାଙ୍କ ଘରେ ମଧ୍ୟ ସମସ୍ତେ ସମର୍ଥନ କରିଛନ୍ତି । ଆହିରି ମଧ୍ୟ କହିଛନ୍ତି, ମୋତେ ଗତ ୫ ବର୍ଷ ହେବ ଭିସା ମିଳୁନଥିଲା । ଭିସା ମିଳିବା ଲାଗି ମୁଁ ଆଲ୍ଲାଙ୍କୁ ଅନେକ ପ୍ରାର୍ଥନା କରୁଥିଲୁ । ଆଉ ଶେଷରେ ଆଲ୍ଲା ମୋ ଦୁଃଖ ଶୁଣିଛନ୍ତି । ଯାହାପାଇଁ ମୁଁ ବହୁତ ଖୁସି । ଭାରତ ସରକାର ମୋତେ ୪୫ ଦିନ ଲାଗି ଭିସା ଦେଇଛନ୍ତି ।
ଆସନ୍ତା ବର୍ଷ ଜାନୁଆରୀରେ ଆମେ ଦୁହେଁ କୋଲକାତାରେ ବିବାହ କରିବୁ । ଜବରିୟା ଖାନଙ୍କ ସ୍ବାମୀ ତଥା ଭାରତୀୟ ଯୁବକ ସମୀର ଖାନ କହିଛନ୍ତି, "ଜବରିୟାଙ୍କୁ ଭେଟିବା ପରେ ମୋର ସ୍ବପ୍ନ ପୂରଣ ହୋଇଛି । ମୁଁ ଗତ ୫ ବର୍ଷ ଧରି ଏହି ଦିନକୁ ଅପେକ୍ଷା କରିଥିଲି । ଏବେ ଖୁବଶୀଘ୍ର ଆମର ବିବାହ ହେବ । ଜବରିୟାଙ୍କୁ ଭାରତ ସରକାର ଭିସା ପ୍ରଦାନ କରିଥିବାରୁ ମୁଁ କୃତଜ୍ଞ । ପୂର୍ବରୁ ୨ଥର ଜବରିୟାଙ୍କୁ ଭିସା ପ୍ରଦାନ କରାଯାଇନଥିଲା । ହେଲେ ଏଥର ତାଙ୍କୁ ଭିସା ମିଳିଛି ।"
ଅର୍ଗସ ବ୍ୟୁରୋ : ବିଶ୍ବ ପ୍ରସିଦ୍ଧ ବୌଦ୍ଧସ୍ତୁପ ଲଳିତଗିରି, ଉଦୟଗିରି, ରତ୍ନଗିରି ଓ ଭିତରକନିକା ଅଭୟାରଣ୍ୟ ବୁଲିବାକୁ ବିଶ୍ବର ବିଭିନ୍ନ ସ୍ଥାନରୁ ଆସୁଛନ୍ତି ଅନେକ ପର୍ଯ୍ୟଟକ । ଏହି ପର୍ଯ୍ୟଟନସ୍ଥଳୀ ଗୁଡିକ ପାଇଁ ପାରାଦୀପ-ହରିଦାସପୁର ରେଳପଥ ଯୋଗାଯୋଗର ଏକମାତ୍ର ମାଧ୍ୟମ ହୋଇଥିବା ବେଳେ ଯାତ୍ରୀବାହୀ ରେଳ ଚଳାଚଳ ଆରମ୍ଭ କରିବାକୁ ରେଳମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟି ଅନୁରୋଧ କରିଛନ୍ତି ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଯାତ୍ରୀବାହୀ ରେଳ ଚଳାଚଳ ଆରମ୍ଭ ହେଲେ ଅଧିକରୁ ଅଧିକ ପର୍ଯ୍ୟଟକ ଆସିବା ସହ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ଉନ୍ନତି ହୋଇପାରିବ । ତେବେ ରେଳ ଚଳାଚଳ ନେଇ ଅନୁଧ୍ୟାନ କରିବା ସହ ଖୁବଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବାରୁ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶାରଦା ପ୍ରଧାନ ।