ଏହାସହ ୫୦୦ ପ୍ରଜାତିର ପ୍ରାଣୀଙ୍କ ଅଭୟସ୍ଥଳୀ ହେଉଛି ଗନ୍ଧମାର୍ଦ୍ଦନ । ସେ ଭିତରେ ଅଛନ୍ତି ୪୩ ପ୍ରକାର ସ୍ତନ୍ୟପାୟୀ, ୧୬୧ ପ୍ରକାରର ପକ୍ଷୀ, ୪୪ ପ୍ରକାର ସରୀସୃପ, ୧୧୮ ପ୍ରକାର ଉଭୟଚର, ୨୭ ପ୍ରକାର ଡ୍ରାଗନଫ୍ଲାଏ। ଏହାସହ ୮୩ ପ୍ରଜାତିର ସ୍ପାଇଡର ବି ଗନ୍ଧମାର୍ଦ୍ଦନରେ ରହିଛନ୍ତି ।

ଅର୍ଗସ ବ୍ୟୁରୋ : ଗନ୍ଧମାର୍ଦ୍ଦନକୁ ମିଳିଲା ଜୈବ ବିବିଧ ଐତିହ୍ୟ ସ୍ଥଳ ମାନ୍ୟତା। ବାୟୋଡାଇଭର୍ସିଟି ହେରିଟେଜ୍ ସାଇଟ୍ ବା ଜୈବ ବିବିଧ ଐତିହ୍ୟ ସ୍ଥଳର ମାନ୍ୟତା ପାଇଲା ବଲାଙ୍ଗୀର ଓ ବରଗଡ଼ ଫରେଷ୍ଟ ଡିଭିଜିନର ଗନ୍ଧମାର୍ଦ୍ଦନ ପର୍ବତ । ରାଜ୍ୟର ତୃତୀୟ BHS ମାନ୍ୟତା ପାଇଛି ଗନ୍ଧମାର୍ଦ୍ଦନ । ଆଗରୁ କନ୍ଧମାଳ ଜିଲ୍ଲାର ମଣ୍ଡାସୁରୁ ଜର୍ଜ ଏବଂ ଗଜପତି ଜିଲ୍ଲାର ମହେନ୍ଦ୍ର ତନୟାକୁ ମିଳିଛି BHS ମାନ୍ୟତା । ଗନ୍ଧମାର୍ଦ୍ଦନରେ ୧ ହଜାର ୫୫ ପ୍ରକାର ବୃକ୍ଷ ପ୍ରଜାତି ରହିଥିବାବେଳେ ୮୪୯ ପ୍ରଜାତିର ଆଞ୍ଜିଓସ୍ପର୍ମ, ୫୬ ପ୍ରକାର ଟେରିଡୋଫାଇଟ, ୪୦ ପ୍ରକାର ବ୍ରାୟୋଫାଇଟ, ୪୫ ପ୍ରକାର ଲାଇକେନ, ୨ ପ୍ରକାର ଜିମନୋସ୍ପର୍ମ ରହିଛି ।
ଅଧିକ ଓଡିଶା ଖବର ପଢନ୍ତୁ

ଅର୍ଗସ ବ୍ୟୁରୋ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା। ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ପାଳନ ହୁଏ ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତି ଜଳ ସ୍ନାନ କରିବେ।ଏହି ଅନନ୍ୟ ପରମ୍ପରା ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଭାବବିହ୍ୱଳ କରିଦିଏ। ପାରମ୍ପରିକ ରୀତିରେ ୧୦୮ କଳସୀ ଜଳରେ ସ୍ନାନ କରନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଏ । ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଇତାମାନେ ପହଣ୍ଡି କରାନ୍ତି।ସାତ ପାହଚ ଉପରେ ଠାକୁରମାନେ ଚୂଳ ଓ ଟାହିଆ ଲାଗି ହେବ। ଟାହିଆ ଲାଗି ହେବାପରେ ଦ୍ୱିତୀୟ ମଙ୍ଗଳାର୍ପଣ ହୁଏ।
ରାଘବ ଦାସ ମଠରୁ ଆସିଥିବା ଘଷା ଲାଗି କରାଯାଏ।ପନ୍ତି ଖାଇ ଠାକୁରମାନେ ସ୍ନାନବେଦୀରେ ଅବସ୍ଥାନ କରନ୍ତି। ଗରାବଡୁ ସୁବର୍ଣ୍ଣକଳସ ଧରି ସୁନାକୂଅରୁ ଜଳ ଆଣନ୍ତି। ମହାପ୍ରଭୁ ଜଗନ୍ନାଥଙ୍କୁ ୩୫ ଗରା ଜଳରେ ସ୍ନାନ କରାଯାଏ। ବଡଭାଇ ଶ୍ରୀ ବଳଦେବଙ୍କୁ ୩୩ ଗରା ଜଳରେ ସ୍ନାନ କରାଯାଏ।୨୨ ଗରା ଜଳରେ ଦେବୀ ସୁଭଦ୍ରାଙ୍କୁ ସ୍ନାନ କରାଯାଏ। ୧୮ ଗରା ଜଳରେ ଶ୍ରୀ ସୁଦର୍ଶନଙ୍କୁ ସ୍ନାନ କରାଯାଏ। ସ୍ନାନ ପରେ ଠାକରଙ୍କୁ ଜ୍ବର ହୋଇଥାଏ। ମହାପ୍ରଭୁଙ୍କ ମାନବୀୟ ଲୀଳାର ଇଏ ଆଉ ଏକ ନିଦର୍ଶନ। ଏଇଠୁ ଚତୁର୍ଦ୍ଧାମୂରତି ଯିବେ ଅଣସର ଘର। ଅଣସର ଗୃହରେ ଠାକୁରମାନେ ୧୫ ଦିନ ଅବସ୍ଥାନ କରନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର

ଅର୍ଗସ ବ୍ୟୁରୋ: FIH ପ୍ରୋ ହକି ଲିଗ୍ । ପେନାଲ୍ଟି ସୁଟଆଉଟରେ ବ୍ରିଟେନକୁ 4-2ରେ ହରାଇଲା ଭାରତ । ଏହି ବିଜୟ ସହ ପଏଣ୍ଟ ଟେବୁଲରେ ଦ୍ବିତୀୟ ସ୍ଥାନରେ ରହିଛି ଟିମ୍ ଇଣ୍ଡିଆ । ତେବେ ନିର୍ଦ୍ଧାରିତ ସମୟରେ ଉଭୟ ଟିମ୍ 4-4 ଗୋଲ କରିଥିଲେ । ଭାରତ ପକ୍ଷରୁ ହରମନପ୍ରୀତ ସିଂ, ମନଦୀପ ସିଂ ସୁଖଜିତ ଓ ଅଭିଷେକ ଗୋଟିଏ ଲେଖାଁଏ ଗୋଲ କରିଥିଲେ । ସେହିପରି ବ୍ରିଟେନ ପକ୍ଷରୁ ଓ୍ବାର୍ଡ୍ ସାମ 4ଟି ଗୋଲ କରିଥିଲେ ।
ତେବେ ମ୍ୟାଚ୍ ପୂର୍ବରୁ ବାଲେଶ୍ବର ଟ୍ରେନ ଟ୍ରାଜେଡିରେ ପ୍ରାଣ ହରାଇଥିବା ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ନିରବ ପ୍ରାର୍ଥନା ସହ କଳା ବ୍ୟାଚ୍ ପିନ୍ଧିଥିଲେ ଭାରତୀୟ ହକି ଦଳର ଖେଳାଳି ।
ଅଧିକ ପଢ଼ନ୍ତୁ ଖେଳ ଖବର

ଅର୍ଗସ ବ୍ୟୁରୋ: ଆଜି ଭାରତ ସହ ଗ୍ରେଟ ବ୍ରିଟେନର ହକି ମ୍ୟାଚ ଥିଲା। ଏହି ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଲଣ୍ଡନର ଲି ଭ୍ୟାଲି ଷ୍ଟାଡିୟମରେ ଗୋଟିଏ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା। ଓଡିଶାର ବାଲେଶ୍ବରରେ ହୋଇଥିବା ଟ୍ରେନ ଦୁର୍ଘଟଣା ଅତ୍ୟନ୍ତ ଭୟଙ୍କର ଥିଲା। ଏଥିରେ ୨୮୮ ଜଣ ପ୍ରାଣ ହରାଇଛନ୍ତି। ମୃତକମାନଙ୍କ ଅମର ଆତ୍ମାର ସଦଗତି ପାଇଁ ଷ୍ଟାଡିୟମରେ ୧ ମିନିଟର ଶୋକ ସଭା କରାଯାଇଥିଲା।
ବାଲେଶ୍ବରର ବାହାନଗାରେ ଗତ ଶୁକ୍ରବାର ଘଟିଥିଲା ଭୟଙ୍କର ଟ୍ରେନ ଦୁର୍ଘଟଣା। ଯାହାକୁ ନେଇ ସାରା ଦେଶରେ ଶୋକର ଛାୟା। ଏହି ଦୁର୍ଘଟଣାକୁ ଭାରତର ସବୁଠାରୁ ବଡ଼ ରେଳ ଦୁର୍ଘଟଣା ବୋଲି ମଧ୍ୟ କୁହାଯାଇଥିଲା। ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ, ରାଜନେତା, କ୍ରୀଡ଼ାବିତଙ୍କ ସହ ବଲିଉଡ ସେଲିବ୍ରିଟିମାନେ ଏହାଦ୍ବାରା ପ୍ରଭାବିତ ହୋଇଥିଲେ ଏବଂ ସମସ୍ତେ ଶୋକ ପ୍ରକାଶ କରିଥିଲେ। ବାଲେଶ୍ବର ଟ୍ରେନ ଦୁର୍ଘଟଣା ସମସ୍ତଙ୍କ ଛାତି ଥରାଇ ଦେଇଛି। ଏହି ଦୁର୍ଘଟଣା ଖେଳଜଗତରେ ମଧ୍ୟ ବଡ଼ ଝଟକା ଦେଇଛି।
ଅଧିକ ପଢ଼ନ୍ତୁ ଖେଳ ଖବର
