ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ଉତ୍ସବକୁ ସ୍ମରଣୀୟ କରିବା ପାଇଁ, ପୂର୍ବ ତଟ ରେଳପଥ ୧୬ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ସ୍ଵଚ୍ଛତା ପକ୍ଷ୍ୟ (ପଖୱାଡା) ଆୟୋଜନ କରିଥିଲା । ସମସ୍ତ ସ୍ତରର ରେଳବାଇ କର୍ମଚାରୀ ମାନେ ଷ୍ଟେସନ, ଟ୍ରେନ୍, କୋଚ୍ ରକ୍ଷଣାବେକ୍ଷଣ ଡିପୋ, ବିଭିନ୍ନ କାର୍ଯ୍ୟାଳୟ, କର୍ମକ୍ଷେତ୍ର ଏବଂ ରେଳ କଲୋନୀରେ ଆୟୋଜିତ ସ୍ଵଚ୍ଛତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଦୂର ଷ୍ଟେସନରେ ରେଳବାଇ କର୍ମଚାରୀମାନେ ମଧ୍ୟ ବହୁତ ସଂଖ୍ୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପରିଷ୍କାର ପରିଚ୍ଛନ୍ନତା ସମୟରେ ସ୍ଵଚ୍ଛ ସମ୍ବାଦ, ସ୍ଵଚ୍ଛ ଷ୍ଟେସନ, ସ୍ଵଚ୍ଛ ପରିସର, ସ୍ଵଚ୍ଛ ଆହାର, ସ୍ଵଚ୍ଛ ନୀର, ସ୍ଵଚ୍ଛ ପ୍ରସାଦ, ସ୍ଵଚ୍ଛ ରେଳଗାଡି ଇତ୍ୟାଦି କାର୍ଯ୍ୟକଳାପ ହାତକୁ ନିଆଯାଇଥିଲା । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଆୟୋଜିତ କରାଯାଇଥିଲା ।
ଗାନ୍ଧୀ ଜୟନ୍ତୀ ଦିବସରେ ପୂର୍ବ ତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ ବିଭିନ୍ନ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ତଥା କାର୍ଯ୍ୟ ସଫଳତା ପାଇଁ ଅଂଶଗ୍ରହଣକାରୀମାନଙ୍କୁ ସମ୍ମାନିତ କରିବା ସହିତ ଅଭିନନ୍ଦନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ସକାଳେ ପ୍ରଭାତ ଫେରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ସମସ୍ତ ରେଳବାଇ ଅଧିକାରୀ, କର୍ମଚାରୀ, ଭାରତ ସ୍କାଉଟ ଓ ଗାଇଡ଼ ସମେତ ସ୍କୁଲ ପିଲାମାନେ ଅଂଶ ଗ୍ରହଣ କରି ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସଚେତନତା ବାର୍ତ୍ତା ଲୋକମାନଙ୍କୁ ଜଣାଇବା ସହିତ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ରେଳପଥର ପ୍ରମୁଖ ଯାନ୍ତ୍ରିକ ଯନ୍ତ୍ରୀ ଶ୍ରୀ ବିଶ୍ୱଜିତ ମୈତ୍ରଙ୍କ ସମସ୍ତ ବିଭାଗର ବିଭାଗୀୟ ପ୍ରମୁଖ ଅଧିକାରୀ, ବରିଷ୍ଠ ଅଧିକାରୀ, ମହିଳା କଲ୍ୟାଣ ସଂଗଠନର ସଦସ୍ୟା ଓ କର୍ମଚାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ । ରେଳପଥର ମୁଖ୍ୟ ଯାନ୍ତ୍ରିକ ଯନ୍ତ୍ରୀ (ପରିବେଶ ଓ ଗୃହ ରକ୍ଷଣାବେକ୍ଷଣ) ଶ୍ରୀ କେ. ପି. ଯାଦବ ଓ ଉପମୁଖ୍ୟ ଯାନ୍ତ୍ରିକ ଯନ୍ତ୍ରୀ (କୋଚିଙ୍ଗ ଏବଂ ପରିବେଶ ଓ ଗୃହ ରକ୍ଷଣାବେକ୍ଷଣ) ଶ୍ରୀ ଦୀନେଶ କୁମାର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।