ସେହି ସମୟର ଏକ ଦୃଶ୍ୟପଟକୁ ନେଇ ତିଆରି ହୋଇଥିବା ଏହି ବିରାଟ ପ୍ରତିମୂର୍ତ୍ତି ନିଶ୍ଚିତରୂପେ କଟକକୁ ଆସୁଥିବା ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିବ । ବେଲ ଭ୍ୟୁଠାରେ ନିର୍ମିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିର ଓସାର ୨୫ ଫୁଟ ଓ ଉଚ୍ଚତା ୧୨ ଫୁଟ । ୨୫ ଫୁଟ ଓସାର ଏବଂ ୧୨ ଫୁଟ ଉଚ୍ଚତାର ଏହି ପ୍ରତିମୂର୍ତ୍ତି ତିଆରି କରିଛନ୍ତି ଲକ୍ଷ୍ମୀଧର ରଣା । ଗାନ୍ଧିଜୀଙ୍କ ଓଡ଼ିଶା ଆଗମନକୁ ଶହେ ବର୍ଷ ପୂରଣ ଅବସରରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସହରର ପ୍ରବେଶ ପଥ ବେଲଭ୍ୟୁ ଛକରେ ଏହାକୁ ସ୍ଥାନିତ କରାଯାଇଛି ।