ଦିଲ୍ଲୀରେ ବେଆଇନ ମଦ ବିକ୍ରି କରୁଥିବା କିଛି ଲୋକ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ଏନେଇ ସୋସିଆଲ ମିଡ଼ିଆରେ ଅପିଲ ହୋଇଛି । ଦୁଷ୍କର୍ମକାରୀଙ୍କ ସହ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।
ଯୁବତୀଙ୍କୁ ଘରୁ ଉଠାଇନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ

ଅର୍ଗସ ବ୍ୟୁରୋ: ଦିଲ୍ଲୀ କସ୍ତୁରବା ନଗରରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ । ଯୁବତୀଙ୍କୁ ଘରୁ ଉଠାଇ ନେଇ କସ୍ତୁରବା ନଗରର ଏକ ଅଞ୍ଚଳରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏହାସହ ସେଠାରେ ଉପସ୍ଥିତ ଥିବା କିଛି ମହିଳା ଦୁଷ୍କର୍ମକାରୀଙ୍କୁ ପ୍ରୋତ୍ସାହିତ କରିଥିଲେ । ପରେ ଯୁବତୀ ଜଣଙ୍କୁ ଲଣ୍ଡା କରି ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗ ହୋଇଛି ।
Download Argus News App
