ଡାନି ଦୀର୍ଘ ବର୍ଷ ଧରି ଡି ବ୍ରଦର୍ସ ଗ୍ୟାଙ୍ଗରେ କାର୍ଯ୍ୟ କରି ଆସୁଥିଲା । ଡି ଗ୍ୟାଙ୍ଗ ପାଇଁ ସେ ବନ୍ଧୁକ ବ୍ୟାପାର, ଦାଦା ବଟି ଆଦାୟ ଓ ଟେଣ୍ଡର ଫିକ୍ସିଂ କାର୍ଯ୍ୟ କରୁଥିଲା । କେବଳ ଏତିକି ନୁହେଁ ତା ନାଁରେ ହତ୍ୟା ଷଡ଼ଯନ୍ତ୍ର କରିବା ଭଳି ମାମଲା ଚାଉଳିଆଗଞ୍ଜ ଥାନାରେ ରୁଜୁ ହୋଇଥିଲା ।
୨୦୧୬ ମସିହାରେ ଡି ବ୍ରଦର୍ସ ଗିରଫ ହେବା ପରେ ସେ ଫେରାର ହୋଇଥିଲା । ହେଲେ ୨୦୧୮ ମସିହାରେ ପୋଲିସ ତାକୁ ଗିରଫ କରିଥିଲା । ସେ ଜାମିନରେ ଆସିବା ପରେ ପୁଣି ଅପରାଧିକ କାର୍ଯ୍ୟକଳାପରେ ସାମିଲ ଥିଲା । ତାକୁ ସହରରୁ ତଡ଼ିପାର କରିବା ପାଇଁ ପୋଲିସ କମିଶନରଙ୍କ କୋର୍ଟରେ ଆବେଦନ କରିଥିଲେ କଟକ ଡିସିପି ।
ଅଧିକ ପଢନ୍ତୁ ଓଡିଶା ଖବର...