ଏହାସହ ଚାରି କେଜି ଚାରି ଶହ ପଚାଶ ଗ୍ରାମ ଗଂଜେଇ ଜବଦ କରିବା ସହିତ ଜଣଙ୍କୁ ଗିରଫ କରିଛି। ଆଜି କୋର୍ଟ ଚାଲାଣ କରାଯିବ ବୋଲି ସଦର ନିରୀକ୍ଷକ ବିକାଶ ଚୋଖନୌ ସୂଚନା ଦେଇଛନ୍ତି l ଜବତ ଗଂଜେଇର ମୂଲ୍ୟ 45ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଇଛି l
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଦିନକୁ ଦିନ କୁଳିଅଣା ଅବକାରୀ ଥାନା ଅଧୀନରେ ଗଞ୍ଜେଇ ବେପାରୀଙ୍କ ଦୌରାତ୍ମ୍ୟ ବଢ଼ିଚାଲିଛି। ଆଜି ଏକ ଗଞ୍ଜେଇ ବେପାରୀକୁ ଧରିବାରେ ସଫଳ ହୋଇଛି କୁଳିଅଣା ଅବକାରୀ ବିଭାଗl ଆଜି ସକାଳୁ ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷକ ପ୍ରଶାନ୍ତ କୁମାର କୁଉଁର ନିର୍ଦେଶ କ୍ରମେ କୁଳିଅଣା ଏକ୍ସସିସ ଷ୍ଟେସନ ଓ ତାଙ୍କ ଟିମ ଝାରପୋଖରୀଆ ଥାନା ଅଧୀନ ନଡ଼ିଆଠୁଳ ଗ୍ରାମର ପ୍ରଶାନ୍ତ କୁମାର ମଣ୍ଡଳଙ୍କ ଘରେ ଚଢ଼ାଉ କରିଛି।
ଏହାସହ ଚାରି କେଜି ଚାରି ଶହ ପଚାଶ ଗ୍ରାମ ଗଂଜେଇ ଜବଦ କରିବା ସହିତ ଜଣଙ୍କୁ ଗିରଫ କରିଛି। ଆଜି କୋର୍ଟ ଚାଲାଣ କରାଯିବ ବୋଲି ସଦର ନିରୀକ୍ଷକ ବିକାଶ ଚୋଖନୌ ସୂଚନା ଦେଇଛନ୍ତି l ଜବତ ଗଂଜେଇର ମୂଲ୍ୟ 45ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଇଛି l
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଏସୀୟ କ୍ରୀଡ଼ାରେ ଭାରତର ସ୍ବର୍ଣ୍ଣ ବର୍ଷା । ଆଜି ଗୋଟିଏ ଦିନରେ 2 ସ୍ବର୍ଣ୍ଣ ପଦକ ସହ ମୋଟ 8ଟି ପଦକ ହାସଲ କରିଛି ଭାରତ । ଏହାସହିତ ଚୀନ ହାଙ୍ଗଝୌରେ ଅନୁଷ୍ଠିତ ଏସିଆନ ଗେମ୍ସରେ ଭାରତର ପଦକ ସଂଖ୍ୟା 22କୁ ବୃଦ୍ଧି ପାଇଛି ।
ଏସୀୟ କ୍ରୀଡ଼ାରେ ଭାରତ ଭାଗ୍ୟରେ ବର୍ଷୁଛି ସଫଳତାର ସ୍ବର୍ଣ୍ଣ । ଚୀନର ହାଙ୍ଗଝୌରେ ଆୟୋଜିତ 19ତମ ଏସିଆନ୍ ଗେମ୍ସରେ ମାତ୍ର 4 ଦିନ ମଧ୍ୟରେ ଭାରତକୁ ମିଳିଛି ରେକର୍ଡ ସଂଖ୍ୟକ ସ୍ୱର୍ଣ୍ଣ ପଦକ। ଚତୁର୍ଥ ଦିନରେ ଆଜି ମହିଳା 25 ମିଟର ପିସ୍ତଲ ଟିମ୍ ଇଭେଣ୍ଟ ଫାଇନାଲରେରେ ବିଜୟୀ ହୋଇ ଗୋଲ୍ଡ ମେଡାଲ୍ ହାସଲ କରିଛନ୍ତି ମନୁ ଭାକର, ଇଶା ସିଂହ, ରିଦନ ସାଙ୍ଗବାନ । ଆୟୋଜକ ଟିମ୍ ଚୀନକୁ ହରାଇ ଭାରତକୁ ଏହି ସ୍ୱର୍ଣ୍ଣ ଭେଟି ଦେଇଛନ୍ତି ଭାରତୀୟ ମହିଳା ପ୍ରତିଯୋଗୀ । ସେହିପରି 50 ମିଟର ରାଇଫଲ 3ପି ଟିମ୍ କୁ ମିଳିଛି ରୌପ୍ୟ ପଦକ । ସୁଟିଂରେ ସାମ୍ରା କୌର ସ୍ୱର୍ଣ୍ଣ ପଦକ ଜିତିବା ସହିତ ଭାରତର ଗୋଲ୍ଡ ମେଡାଲ ସଂଖ୍ୟା 5କୁ ବୃଦ୍ଧି ପାଇଛି । ସମାନ ଇଭେଣ୍ଟରେ ବ୍ରୋଞ୍ଜ ବିଜୟୀ ହୋଇଛନ୍ତି ଆଶି ଚୌକଶି।
ବର୍ତ୍ତମାନ ସୁଦ୍ଧା ଏସିଆନ ଗେମ୍ସରେ ଭାରତର ପଦକ ସଂଖ୍ୟା 22 ରହିଛି । ଏଥିସହ ପଦକ ତାଲିକାର ସପ୍ତମରେ ରହିଛି ଭାରତ। ବର୍ତ୍ତମାନ ସୁଦ୍ଧା ଦେଶକୁ 5 ସ୍ବର୍ଣ୍ଣ, 7 ରୌପ୍ୟ ଓ 10 କାଂସ୍ୟ ପଦକ ମିଳିଛି । ସୁଟିଂରେ ଭାରତକୁ ସର୍ବାଧିକ 8ଟି ପଦକ ମିଳିଛି ।
ଚଳିତ ଏସୀୟ କ୍ରୀଡାରେ ଭାରତ ଗୋଟିଏ ପରେ ଗୋଟିଏ ରେକର୍ଡ ହାସଲ କରିବାରେ ସମର୍ଥ ହେଉଛି । ପ୍ରତିଯୋଗିତାରେ ମୋଟ 655 ଜଣ ଭାରତୀୟ କ୍ରୀଡ଼ାବିତ ସାମିଲ ହୋଇଛନ୍ତି । ପୂର୍ବରୁ 18ତମ ଏସିଆନ ଗେମ୍ସରେ ଭାରତ ମୋଟ 70ଟି ମେଡାଲ ହାସଲ କରିଥିବାବେଳେ ଚଳିତ ପ୍ରତିଯୋଗିତାରେ ମେଡାଲ ସଂଖ୍ୟା ଶତକ ଅତିକ୍ରମ କରିବା ସମ୍ଭାବନା ରହିଛି ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
ଅର୍ଗସ ବ୍ୟୁରୋ: ବିଜେଡିର 2014 ନିର୍ବାଚନ ପ୍ରତିଶ୍ରୁତି 2023ରେ ଆଉଟଡେଟେଡ୍ କେମିତି ? । ଶୀତଳ ଭଣ୍ଡାର ପ୍ରତିଶ୍ରୁତିର ବିଫଳତା ଢାଙ୍କିବାକୁ କୋଲ୍ଡ ଚେନ୍ ନାଁରେ ଭୂଆଁ ବୁଲାଇବାକୁ ରାଜ୍ୟ ସରକାରଙ୍କ ପ୍ରୟାସ । କୃଷି ବିଭାଗରେ କୌଣସି ହେରଫେର୍ ହୋଇପାରିବନି କହୁଛନ୍ତି କୃଷିମନ୍ତ୍ରୀ। ତାହେଲେ ରେମୁଣାରେ ବିଜେଡି ବିଧାୟକ କେମିତି ଲୁଟିଲେ ଚାଷୀଙ୍କ ସବସିଡି ଟଙ୍କା?
2014ରେ ବିଜେଡି ପକ୍ଷରୁ ଜାରୀ ଏହି ନିର୍ବାଚନ ଇସ୍ତାହାରକୁ ଭଲଭାବରେ ଦେଖନ୍ତୁ। ଶାସକ ଦଳ ପ୍ରତିଶ୍ରୁତି ଦେଇଥିଲା କୃଷି ଉତ୍ପାଦର ସଂରକ୍ଷଣ ପାଇଁ ସବୁ ବ୍ଲକରେ ପିପିପି ମୋଡରେ ପ୍ରତିଷ୍ଠା ହେବ ଶୀତଳ ଭଣ୍ଡାର। ଏବେ କୃଷି ମନ୍ତ୍ରୀ କହୁଛନ୍ତି ଶୀତଳ ଭଣ୍ଡାର ଆଉଟ୍ ଡେଟେଡ୍। 9 ବର୍ଷ ତଳେ ନିଜ ଦଳ ଦେଇଥିବା ପ୍ରତିଶ୍ରୁତି ଆଉଟ୍ ଡେଟେଡ୍ ଟେକ୍ନୋଲୋଜି ହୋଇଗଲା କେମିତି। ଏବେ କୃଷିମନ୍ତ୍ରୀ କହୁଛନ୍ତି ଆମେ କୋଲ୍ଡ ଚେନ୍ ବ୍ୟବସ୍ଥା କରୁଛୁ। ଚାଷୀଙ୍କୁ ପୁଣି ଭୁଆଁ ବୁଲାଇବାକୁ ବିଜେଡି ସରକାରଙ୍କର ଇଏ ଆଉ ଏକ ନୂଆ ଚାଲ କି।
ବିଜେପି ବିଧାୟକ ଗଣେଶରାମ ସିଂହ ଖୁଣ୍ଟିଆଙ୍କ ଏକ ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି କୃଷି ବିଭାଗରେ ସବୁକିଛି ସ୍ବଚ୍ଛତାର ସହ ଚାଲିଛି। କୌଣସି ହେରଫେର ହୋଇପାରିବନି। ଯଦି ଏତେ ସ୍ବଚ୍ଛ କୃଷି ବିଭାଗ ତାହାହେଲ ତାଙ୍କ ଦଳ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ ଜନବିରୋଧୀ କହି ଦଳରୁ ବହିଷ୍କାର କଲା କାହିଁକି। 18 କୋଟି ଟଙ୍କାର ଧାନ କଟା ମେସିନ ସବିସିଡି ଠକେଇରେ ଫସିଛନ୍ତି ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା । ଭିଜିଲାନ୍ସ ମଧ୍ୟ ସୁଧାଂଶୁ 4 କୋଟି ଟଙ୍କା ଠକିଥିବା ତା ରିପୋର୍ଟରେ ଉଲ୍ଲେଖ କରିଛି। ସୁଧାଂଶୁଙ୍କ ବ୍ୟବସାୟିକ ସଂସ୍ଥା ନିଗମାନନ୍ଦ ଆସୋସିଏଟସ ଚାଷୀଙ୍କୁ ବିକିଥିଲା ମିଛ ଧାନକଟା ମେସିନ୍। ପ୍ରତି ଟ୍ରାକ୍ଟର ପିଛା 6 ଲକ୍ଷ ଟଙ୍କାର ସବସିଡି ହିସାବରେ ମୋଟ୍ 18 କୋଟି ବଡ଼ ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି। ଏକଥା କଣ କୃଷିମନ୍ତ୍ରୀଙ୍କୁ ଜଣା ନାହିଁ।
ନିଜ ଦଳ ଓ ସରକାରର ଅପାରଗତା ଢାଙ୍କିବାକୁ କୃଷିମନ୍ତ୍ରୀ ଯେତେ ଭୁଆଁବୁଲାଇବାକୁ ପ୍ରୟାସ କଲେ ବି ପ୍ରମାଣ ସବୁକିଛି ସ୍ପଷ୍ଟ ଭାବେ ବୟାନ କରୁଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ବିରୋଧୀ ଦଳ ବିଧାୟକଙ୍କୁ ଜନ ବିରୋଧୀ କହିବା ମୁଖ୍ୟମନ୍ତ୍ରୀଙ୍କୁ ପଡ଼ିଲା ମହଙ୍ଗା । ସିଏମଙ୍କ ବିରୋଧରେ ବିଧାନସଭାରେ ସ୍ବାଧୀକାର ଭଙ୍ଗ ନୋଟିସ ଆଣିଲା ବିଜେପି । ଦଳ କହିଲା ଲୋକଙ୍କ ଦ୍ବାରା ନିର୍ବାଚିତ ପ୍ରତିନିଧିଙ୍କୁ ଜନବିରୋଧୀ କହିବାର ମୁଖ୍ୟମନ୍ତ୍ରୀଙ୍କର ନାହିଁ କୌଣସି ଅଧିକାର । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରଶ୍ନ କରିଛନ୍ତି ଯଦି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ପ୍ରଦର୍ଶନକୁ ୧୦ରୁ ୮ ନମ୍ବର ଦେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦଳର ବିଧାୟକ କିପରି ହୋଇପାରିବେ ଜନବିରୋଧୀ । ଏଥିସହ ମୁଖ୍ୟମନ୍ତ୍ରୀଙ୍କ କ୍ଷମାପ୍ରାର୍ଥନା ଦାବି କରିଛନ୍ତି ମୋହନ ମାଝି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କଂଗ୍ରେସ ବିଧାୟକ ଦଳ ନେତା ବିଜେପି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆଣିଥିବା ସ୍ବାଧୀକାର ଭଙ୍ଗ ନୋଟିସକୁ ସମର୍ଥନ କରିଛନ୍ତି । ନରସିଂହ ମିଶ୍ର କହିଛନ୍ତି ବିରୋଧୀ ଦଳଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଶବ୍ଦ ଅପମାନ ସୂଚକ । ଏହା ଚୋର ଓଲଟା କଟୁଆଳକୁ ଗାଳିଦେବା ପରି ଘଟଣା ବୋଲି କହିଛନ୍ତି ନରସିଂହ । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ଠିକ୍ ବୋଲି କହିଛି ବିଜେଡି ।
ଗୋଟିଏ ପଟେ ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ଦାବି ସତ୍ତ୍ବେ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ରଖୁନଥିବା ବେଳେ କେଉଁ ଉଦ୍ଦେଶ୍ୟରେ ନିଜଆଡୁ ରଖିଲେ ବିବୃତ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ବିବୃତ୍ତି ନିଜ ବ୍ୟକ୍ତିଗତ ସଚିବଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ଉଦ୍ଧିଷ୍ଟ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀଙ୍କ କ୍ଷମାପ୍ରାର୍ଥନା ଦାବିରେ ଏବେ ନାଛୋଡବନ୍ଦା ବିଜେପି । ସେପେଟେ ନବୀଙ୍କ ବିବୃତ୍ତିକୁ ନେଇ ବ୍ୟାକଫୁଟରେ ଥିବା ଶାସକ ଦଳର ପରବର୍ତ୍ତୀ ରଣନୀତି ଉପରେ ରହିଛି ସଭିଙ୍କ ନଜର ।