ପୁଲିସ ପିଛା କରୁଥିବା ଦେଖି ଡ୍ରାଇଭର ସାହୁପୁଟ ଛକ ନିକଟ ମଝି ରାସ୍ତାରେ ଗାଡ଼ି ଛାଡି ଫେରାର ହୋଇଯାଇଛି। ୧୦ଟି ବସ୍ତାରେ ୨୧୫ କେଜି ୧୦୦ଗ୍ରାମ ଗଞ୍ଜେଇକୁ ପୁଲିସ ଜବତ କରିଛି। ଏହାସହ ଏଥିରେ ଆଉ କିଏ କିଏ ସାମିଲ ରହିଛି ଏବଂ ଏହା କେଉଁଠାରୁ କେଉଁଠାକୁ ଚାଲାଣ ହେଉଥିଲା ପୁଲିସ ତାର ତଦନ୍ତ ଜାରି ରଖିଛି।
ଅର୍ଗସ ବ୍ୟୁରୋ: କୋରାପୁଟ ଜିଲ୍ଲା ଲମତାପୁଟ ପୁଲିସ ହାତରେ ଧରାପଡିଛି ୨୦ ଲକ୍ଷ ଟଙ୍କାର ଗଞ୍ଜେଇ। ପୁଲିସକୁ ଦେଖି ଗଞ୍ଜେଇ ଭର୍ତି ଜିପକୁ ମଝି ରାସ୍ତାରେ ଛାଡି ଡ୍ରାଇଭର ଫେରାର ହୋଇଯାଇଛି। ଆନ୍ଦ୍ର ସୀମାନ୍ତ ଜଳାପୁଟ ଅଞ୍ଚଳରୁ ଗଞ୍ଜେଇ ଚାଲାଣ ଖବର ପାଇ ଲମତାପୁଟ ପୁଲିସ ସଗର ଛକ ନିକଟରେ ଗାଡି ଯାଞ୍ଚ କରୁଥିଲେ । ପୁଲିସର ଗାଡି ଯାଞ୍ଚ ସମୟରେ ଡ୍ରାଇଭର ଜଣକ ଅତି ଚତୁରତାର ସହିତ ରାସ୍ତା ପରିବର୍ତ୍ତନ କରିଥିଲା। ପରେ ପୁଲିସ କମାଣ୍ଡର ଜିପକୁ ପିଛା କରିଥିଲେ।
ପୁଲିସ ପିଛା କରୁଥିବା ଦେଖି ଡ୍ରାଇଭର ସାହୁପୁଟ ଛକ ନିକଟ ମଝି ରାସ୍ତାରେ ଗାଡ଼ି ଛାଡି ଫେରାର ହୋଇଯାଇଛି। ୧୦ଟି ବସ୍ତାରେ ୨୧୫ କେଜି ୧୦୦ଗ୍ରାମ ଗଞ୍ଜେଇକୁ ପୁଲିସ ଜବତ କରିଛି। ଏହାସହ ଏଥିରେ ଆଉ କିଏ କିଏ ସାମିଲ ରହିଛି ଏବଂ ଏହା କେଉଁଠାରୁ କେଉଁଠାକୁ ଚାଲାଣ ହେଉଥିଲା ପୁଲିସ ତାର ତଦନ୍ତ ଜାରି ରଖିଛି।
ଅର୍ଗସ ବ୍ୟୁରୋ: ଆଜି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର କୁଚେ଼ଇବୁଢ଼ୀ ଠାରେ ଖୁବ୍ ଆନନ୍ଦର ସହିତ ଜଗତ ଜନନୀ ମା' ଲକ୍ଷ୍ମୀଙ୍କର କଳସ ଯାତ୍ରା ଅନୁଷ୍ଠିତ ହୋଇ ଯାଇଅଛି। ଏଥିରେ ୧୮୬ଜଣ ଭକ୍ତ କଳସ ନେଇ ଆସିଥିଲେ।
ଏହି ଯାତ୍ରା ରାଇରଙ୍ଗପୁର ଖଡ଼ଖାଇ ନଈରୁ ଆରମ୍ଭ କରି କୁଚେ଼ଇବୁଢ଼ୀ ସ୍ଥିତ ଲକ୍ଷ୍ମୀ ମଣ୍ଡପ ଠାରେ ଶେଷ ହୋଇଥିଲା। ତେବେ ମୁଖ୍ୟ ପୂଜକଙ୍କ କହିବା ଅନୁସାରେ ଆଜକୁ ବାୟାଳିସ ବର୍ଷ ପୂର୍ବରୁ ଏଠାରେ ପୂଜାର୍ଚ୍ଚନା ହୋଇ ଆସୁଥିବା ବେଳେ କୌଣସି ଭବ୍ୟ ମନ୍ଦିର ହୋଇ ପାରିନଥିଲା ତେବେ କମିଟି ମେମ୍ବର ଏବଂ ରାଇରଙ୍ଗପୁର ବାସୀଙ୍କ ସହଯୋଗରେ ଏହି ମନ୍ଦିରଟି ନିର୍ମାଣ ହୋଇଅଛି। ଏହି ଯାତ୍ରାଟି ରାଇରଙ୍ଗପୁର ପୋଲିସଙ୍କ ସୁରକ୍ଷାରେ ସଫଳ ହୋଇଥିଲା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁ ଘଟଣାରେ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ। ରିପୋର୍ଟ ରେ ପାଣି ରେ ବୁଡି ଆତ୍ମହତ୍ୟା କରିଥିବା କହିଲା ପୋଲିସ। ସେପଟେ ପରିବାର ଲୋକ ହତ୍ୟା ହୋଇଥିବା ଅଭିଯୋଗ କରିଛନ୍ତି।
ଗତ 16 ତାରିଖରୁ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ରାଜଗାଙ୍ଗପୁର ବ୍ଲକ୍ ରାମବାହାଲ ଘରକୁ ଫେରି ନ ଥିବାରୁ 17 ତାରିଖ ଦିନ ପରିବାର ପକ୍ଷରୁ ଉଦିତନଗର ଥାନାରେ ଦିଆଯାଇଥିଲା ମିସିଂ ରିପୋର୍ଟ। ସେଇଦିନ ସନ୍ଧ୍ୟାରେ ସୁସ୍ମିତା ଏକ ହୋଟେଲ ରେ ଥିବା ନେଇ ପରିବାର ଲୋକଙ୍କୁ ଜଣାଇ ଥିଲା ପୋଲିସ। ପରିବାର ଲୋକେ ରାଜଗାଙ୍ଗପୁରରୁ ଆସି ପୋଲିସ ସହିତ ହୋଟେଲ ଯାଇ ସୁସ୍ମିତା ଙ୍କୁ ବୁଝାଶୁଝା କରିଥିଲେ । ଘରକୁ ଯିବା ପାଇଁ କହିଥିଲେ ପରିବାର ଲୋକେ ସୁସ୍ମିତା ମିଟିଂ ଥିବାନେଇ କହି ହୋଟେଲ ରହିଥିଲେ। 18 ତାରିଖ ସନ୍ଧ୍ୟାରେ ଟ୍ରାଫିକ୍ ଗେଟ୍ ନିକଟରେ ଥିବା ସେନସରି ପାର୍କ ପୋଖରୀରୁ ମୃତଦେହ ଜବତ କରିଥିଲା ପ୍ଲାଣ୍ଟ ସାଇଡ ପୋଲିସ। 19 ତାରିଖ ଦିନ ପରିବାର ଲୋକଙ୍କୁ ଖବର ଦେବାରୁ ସେ ଶବକୁ ଚିହ୍ନଟ କରିବା ପରେ ଜଣାପଡ଼ିଥିଲା କି ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କର ବୋଲି। କିନ୍ତୁ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ଏହା ଏକ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି। ଗତ 20 ତାରିଖ ଦିନ ପରିବାର ଲୋକେ ସୁନ୍ଦରଗଡ଼ ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ, ଅତିରିକ୍ତ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର, ଗୁରୁଣ୍ଡିଆ ବିଡିଓ ବି ଲାକ୍ରା, ସିଡିପିଓ ଲାକ୍ରା ମାଡାମ ଓ ତାଙ୍କୁ ଜଗିରହିଥିବା ଏସ୍ଆଇ ଲଗୁନ୍ ମାଡାମଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ l ସେପଟେ 20 ତାରିଖରୁ ଅଭିଯୋଗ ହୋଇଥିଲେ ହେଁ ଏବେ ଯାଏଁ ଏଫ୍ଆଇର ରେଜିଷ୍ଟର ନ ହେବା ଏକ ପ୍ରକାର ସନ୍ଦେହ ସ୍ରୁଷ୍ଟି କରୁଛି। ଏଫ୍ଆଇର ଗ୍ରହଣ କରିବେ ନାହିଁ ବୋଲି ପ୍ଲାଣ୍ଟ ସାଇଡ ଆଇଆଇସି ଜ୍ୟୋତି ରଞ୍ଜନ ପତି ସିଧା ସଳଖ ମନା କରିଥିବା ସୁସ୍ମିତା ଙ୍କ ଭାଇ ସନ୍ଦୀପ ଅଭିଯୋଗ କରିଛନ୍ତି।
ଏପଟେ ପୋଲିସ ପିଏମ ରିପୋର୍ଟରେ ପାଣିରେ ବୁଡି ଆତ୍ମହତ୍ୟା କରିଥିବା ନେଇ କହିଥିବା ବେଳେ କେଉଁ କାରଣରୁ ଆତ୍ମହତ୍ୟା କରିଛି ତାହା ମଧ୍ୟ ସ୍ପଷ୍ଟ କରିନାହିଁ। ସେପଟେ ପରିବାର ଲୋକେ ଅଭିଯୋଗ କରିଥିଲେ କୌଣସି କାରଣରୁ ସୁସ୍ମିତା ଡିପ୍ରେସନରେ ଥିବା ନେଇ ସୁନ୍ଦରଗଡ଼ ଜିଲ୍ଲାପାଳ କିପରି ଜାଣିଲେ ? ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ଙ୍କ କୌଣସି ଗୁପ୍ତ କଥା ଜାଣି ଥିଲେ କି ସୁସ୍ମିତା? ସେପଟେ ଏତେ ଦିନ ଧରି କାହିଁକି ଲିଖିତ ଅଭିଯୋଗ ହୋଇଥିଲେ ହେଁ କାହିଁକି କରିନାହାନ୍ତି ଏଫ୍ଆଇର ରେଜିଷ୍ଟର। କଣ ଥାଇ ପାରେ କାରଣ ? ଏପଟେ ଜିଲ୍ଲା ପ୍ରଶାସନ କିମ୍ବା ରାଉରକେଲା ଏସ୍ପି ମିତ୍ରଭାନୁ ମହାପାତ୍ର କାହିଁକି ମୁହଁ ଖୋଲୁ ନାହାଁନ୍ତି। ପରିବାର ଲୋକେ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଆମ ପ୍ରତିନିଧିଙ୍କ ହାତରେ ଲାଗିଛି ସିସିଟିଭି ଫୁଟେଜର ଚିତ୍ର। ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ହୋଟେଲରୁ ବାହାରୁ ଥିବାର ଫୁଟେଜ ମିଳିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ନୂଆଦିଲ୍ଲୀ: ବ୍ରିଟେନରେ ଲାଗିବ ସିଗାରେଟ କିଣା ଉପରେ କଟକଣା। ସିଗାରେଟ ମୁକ୍ତ ହେବ ବ୍ରିଟେନ! ଯୋଜନା କରୁଛନ୍ତି ଋଷି ସୁନକ କିଶୋର ବୟସର ପିଲା ଯେପରି ସିଗାରେଟ ନିଶାରେ କବଳିତ ହେବେ ନାହିଁ, ସେ ଉପରେ ଚିନ୍ତା କରୁଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସରକାର ।
ବ୍ରିଟେନ୍ ସରକାରୀ ତଥ୍ୟ ଅନୁଶାରେ ପ୍ରକାଶ ପାଇଥିବା ରିପୋର୍ଟରେ ମନ୍ତ୍ରୀ ସୁନକ ପରବର୍ତ୍ତୀ ପିଢ଼ି ଯେପରି ସିଗାରେଟ ବ୍ୟବହାର କରିପାରିବେ ନାହିଁ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଯୋଜନା କରୁଛନ୍ତି।
ଅଧିକ ପଢନ୍ତୁ ବିଦେଶ ଖବର