ବୋଲେ ଚୁଡିୟାଁ...
ବ୍ରହ୍ମପୁର: କୋଭିଡ କଟକଣାରେ ଆରମ୍ଭ ହୋଇଯାଇଛି ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଦଣ୍ଡଯାତ୍ରା । ଢୋଲ, ଝାଞ୍ଜ, ଆଉ ଘଣ୍ଟ ମହୁରୀ ନାଦରେ ପ୍ରକମ୍ପିତ ହେଉଛି ଗଞ୍ଜାମ । ସୃଷ୍ଟି ହୋଇଛି ଆଧ୍ୟତ୍ମିକ ପରିବେଶ ।
କେଉଁଠି 13 ଦିନ ତ କେଉଁଠି 21 ଦିନର ଏହି କଠିନ ଦଣ୍ଡ ଯାତ୍ରାରେ ଚାଲିଛି ରୁଦ୍ରକାଳୀଙ୍କ ଉପାସନା । କୋରୋନାର ଭୟ ଭିତରେ ଦଣ୍ଡୁଆ ଆଉ ଶ୍ରଦ୍ଧାଳୁମାନେ କଳାରୁଦ୍ର ମଣିଙ୍କ ଆରାଧନାରେ ମଗ୍ନ ହେଉଥିବା ଦେଖିବାକୁ ମିଳିଛି ।