ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ମଧୁସୂଦନ ବାବୁଙ୍କ କାନକୁ ଶୁଭୁ ନ ଥିବାବେଳେ ଆଖି କୁ ବି ଠିକ୍ ସେ ଦେଖା ଯାଉନି । କିନ୍ତୁ ଦୀର୍ଘ 350 କିମି ରାସ୍ତା ଲୁନାରେ ଆସିଥିଲେ । ବୃଦ୍ଧଙ୍କ ଏଭଳି ସାହାସ ସମସ୍ତ ଅଞ୍ଚଳବାସୀଙ୍କୁ ଚକିତ କରିଛି ।
ଭଦ୍ରକ ଜିଲ୍ଲା ଅଧିନସ୍ଥ ବଣିଆ ପଞ୍ଚାୟତର ପେଡାସାହି ଗ୍ରାମର ନରହରି ପେଡା ଓ ତାଙ୍କ ସ୍ତ୍ରୀ ଇତିଶ୍ରୀ । ନରହରିଙ୍କ ସ୍ତ୍ରୀ ରୋଗ ଗ୍ରସ୍ତ ହୋଇ ଚିକିତ୍ସିତ ହେଉଥିଲେ । ଅଗଷ୍ଟ 24 ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର 10 ଦିନ ସୃଦ୍ଧିକ୍ରିୟା କାର୍ଯ୍ୟ ଚାଲୁଥିବାବେଳେ ସ୍ୱାମୀ ନରହରି ରୋଗରେ ପଡିଥିଲେ । ହେଲେ ଭାଗ୍ୟର ବିଡମ୍ବନା ସ୍ତ୍ରୀ ପଛେ ପଛେ ସ୍ୱାମୀ ବି ଚାଲିଗଲେ । ହେଲେ ତାଙ୍କର ଗୋଟାଏ ପୁଅ ଓ ଗୋଟାଏ ଝିଅ ବାପା ଓ ମାଆ ଛେଉଣ୍ଡ ହୋଇଗଲେ । ଏହି ବିପଦ ସମୟରେ ସୁଦୂର ଗଞ୍ଜାମରୁ ଖବର ପାଇ ଆସି ମଧୁସୂଦନ ବାବୁ ଯେଉଁ ସାହାଯ୍ୟ କରିଛନ୍ତି ତାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।
ସତରେ ଆଜିର ସମାଜରେ ଏଭଳି ସାହାଯ୍ୟ ଏବଂ ସହାନୁଭୂତି ପାଇଁ ସମାଜରେ ଏକ ଉଦାହରଣ ସୃଷ୍ଟି କରିଛିନ୍ତି ଏହି ବୃଦ୍ଧ ଜଣକ ।