ଅଧିକ ପଢନ୍ତୁ ଓଡ଼ିଶା ଖବର
ଆଜି ସକାଳୁ ବରକୋଳିଆ ଗାଁର କିଛି ଲୋକ କୂଅ ଭିତରେ ଶବ ଭାସୁଥିବା ଦେଖି ନିକଟ ଜଗନ୍ନାଥପ୍ରସାଦ ଥାନାକୁ ଅବଗତ କରାଇଥିଲେ । ପୋଲିସ ଖବର ପାଇ ଅଗ୍ନିଶମ ବାହିନୀ ଶବକୁ ଉଦ୍ଧାର କରିବା ପରେ ଗୋପାଳ ସାମଲଙ୍କ ସାନ ଝିଅ ବର୍ଷା ସାମଲ ବୋଲି ଜାଣା ପଡ଼ିଥିଲା । ଖବର ପାଇ ବୁଗୁଡା ଥାନା ପୋଲିସ ପହଁଚି ଝିଅର ମୃତ ଶରୀରକୁ ପୋଷ୍ଟମରର୍ଟମ ପାଇଁ ପଠାଇଛି ।
ମୃତ ନାବାଳିକାର ବାପା କହିବା ଅନୁସାରେ ତାଙ୍କ ସାନ ଝିଅ ବର୍ଷାକୁ ତାଙ୍କ ଜ୍ବାଇଁ ସନ୍ତୋଷ ଖଟେଇ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରିଥିଲେ । ଘରେ ଜାଣିବା ପରେ ଜ୍ବାଇଁ ସାନ ଝିଅ ମଧ୍ୟ ନିଜ ଦ୍ଵିତୀୟ ପତ୍ନୀ କରି ରଖିବ ବୋଲି ଘର ଲୋକଙ୍କୁ ପ୍ରତିଶୃତି ଦେଇଥିଲେ । ନିଜ ଗାଁ ଜଗନ୍ନାଥପ୍ରସାଦ ଥାନା ବରକୋଳିଆକୁ ସାଙ୍ଗରେ ଧରି ଆସିଥିଲେ । କିନ୍ତୁ ଝିଅକୁ ସାଙ୍ଗ ଘରେ ରଖିଥିବା ଜ୍ବାଇଁ କହିଥିଲେ ।
ବର୍ଷାଙ୍କ ବାପା ଖୋଜାଖୋଜି କରିଥିଲେ ପରେ ଝିଅକୁ ନ ପାଇ ସନ୍ଦେହ ହେବାରୁ ଗତ ସୋମବାର ଦିନ ବୁଗୁଡା ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । ଆଜି ସକାଳୁ ପରିତ୍ୟକ୍ତ କୂଅରୁ ଝିଅର ଶବ ପାଇବା ପରେ ନିଶ୍ଚୟ ଜ୍ବାଇଁ ନିଜ ପାପ ଲୁଚାଇବା ପାଇଁ ଝିଅକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ବର୍ଷାଙ୍କ ବାପା । ପୋଲିସ ସନ୍ତୋଷକୁ ଗିରଫ କରି ଅଧିକ ପଚରାଉଚରା କରୁଛି ।