30 ବର୍ଷ ଧରି ସଂଗ୍ରାମ କରୁଥିବା ଏହି ସ୍ୱାଧୀନତା ସଂଗ୍ରାମୀ ଭବନକୁ ନା କେବେ ନଜର ଦେଇଛି ପ୍ରଶାସନ ନା ରାଜନେତା l ଏଣୁ ଯାଜପୁର ଜିଲ୍ଲା ବରୀ ବ୍ଲକ ବିଭିନ୍ନ ଲୋକଙ୍କ ମଧ୍ୟ୍ୟରେ ଅସନ୍ତୋଷ ଦେଖାଯାଉଛି lହରିଜନ ପଦଯାତ୍ରା ସମୟରେ 1934 ମସିହା ମେ 30ତାରିଖ ଦିନ ମହାତ୍ମାଗାନ୍ଧୀ ବରୀ ଅନ୍ୟାସୀପୁର ଠାରେ ରାତ୍ରି ଜାପାନ କରିଥିଲେ ଓ ପରଦିନ ପାଦରେ ଚାଲି ଚାଲି ଯାଜପୁର ହୋଇ ଭଦ୍ରକ ଯାଇଥିଲେ l ସେହି ପଦଯାତ୍ରାରେ ଗୋପବନ୍ଧୁ ଚୌଧୁରୀ ଓ ମା ରମାଦେବୀଙ୍କ ନେତୃତ୍ୱ ବରୀ ଅଞ୍ଚଳର ବହୁ ଲୋକ ଯୋଡି ହୋଇଥିଲେ ଓ ପରେ ସେମାନେ ସ୍ୱାଧୀନତା ସଂଗ୍ରାମରେ ଯୋଗଇଦେଥିଲେ l
1942ମସିହା ଅଗଷ୍ଟ 26ତାରିଖ ଦିନ ଇଂରେଜ ମାନଙ୍କ ଗୁଳିରେ ଚାରିଜଣ ଶହୀଦ ହୋଇଥିଲେ l ତେଣୁ ଏହି ବରୀ ମାଟିକୁ ସ୍ୱାଧୀନତା ସଂଗ୍ରାମର ଏନ୍ତୁଡ଼ି ଶାଳ କୁହାଯାଏ ତେଣୁ ଏହାର ଐତିହକୁ ବଞ୍ଚାଇବା ପାଇଁ ବରୀ ବ୍ଲକ ପରିସରରେ ଠାରେ 1993ମସିହାରେ ତିଆରି ହୋଇଥିଲା ସ୍ୱାଧୀନତା ସଂଗ୍ରାମୀ ଭବନ ଯାହା 30 ବର୍ଷ ଧରି ସଂଗ୍ରାମ କରୁଥିବା ବେଳେ ବରୀର ରାଜନେତା ହୁଅନ୍ତୁ କିମ୍ବା ପ୍ରଶାସନ କେହି ବି ଏଥି ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ଲୋକେ l ଯଦି ଖୁବ ଶୀଘ୍ର ଏହି ସ୍ୱାଧୀନତା ସଂଗ୍ରାମୀ ଭବନର ପୁନଃଉଦ୍ଧାର କରାନଯାଏ ତେବେ ଆଗାମୀ ଦିନରେ ଜନ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଲୋକେ l
ସେପଟେ ଏ ସମ୍ପର୍କରେ ଆମ ପ୍ରତିନିଧି ବରୀ ବିଡ଼ିଓ ନମିତା ବାରିକ ସହ ଆଲୋଚନା କରିଥିଲେ ସେ ଏ ବିଷୟରେ ମତାମତ ଦେବାକୁ ମନା କରିଥିଲେ l ଯେଉଁମାନଙ୍କ ପାଇଁ ଆମ ଦେଶ ସ୍ୱାଧୀନତା ପାଇଲା ସେମାନଙ୍କୁ ସମ୍ମାନଜଣାଇବା ସହିତ ସେମାନଙ୍କ ଐତିହ୍ୟ ଗାଥାକୁ ଆଜିର ଯୁବପିଢ଼ିଙ୍କୁ ଜାଣିବା ପାଇଁ ବରୀ ବ୍ଲକ ପରିସରରେ ତିଆରି ହୋଇଥିବା ସ୍ୱାଧୀନତା ସଂଗ୍ରାମୀ ଭବନ କେବେ ସଫା ହେବା ସହିତ ଆଗାମୀ ପିଢ଼ି ପାଇଁ କାମରେ ଆସିବ ତାହା ଦେଖିବାକୁ ବାକି ରହିଲା l
ଅଧିକ ପଢ଼ନ୍ତୁ ଓଡିଶା ଖବର: