ଏଣୁ କଟାଡୁଙ୍ଗୁରିରୁ ଯମୁନା ଆରଡି ଛକ ପର୍ଯ୍ୟନ୍ତ ଓ କନ୍ଦାଖାଲରୁ ଟଙ୍ଗଜୋର (ସିଙ୍ଗପାଲି) ପର୍ଯ୍ୟନ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ତୁରନ୍ତ ସାମିଲ କରି ନିର୍ମାଣ କରିବା,ପଞ୍ଚାୟତର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ମୋଟ ୫୨ଜଣଙ୍କ ମଧ୍ୟରୁ ୧୦ଜଣଙ୍କ ନାମ ତାଲିକାରୁ ବାଦ ଦିଆଯାଇଥିବାରୁ ଏହି ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ସାମିଲ କରାଯିବା ଓ ନୂତନ ରାସନ କାର୍ଡ ଯୋଜନାରେ ଗରିବ ପରିବାରଙ୍କୁ ସାମିଲ କରାଯିବା ଆଦି ଦାବୀ ଅନ୍ୟତମ। ଦାବିପତ୍ରକୁ ବ୍ଲକ ଆକାଉଣ୍ଟସ ଅଫିସର ଘେନୁରାମ ତାଣ୍ଡି ଗ୍ରହଣ କରିଥିବା ବେଳେ ସେକ୍ସନ ଅଫିସର ବିଭୁତି ସେଠ ଓ ଆଇଆଇସି କମଳ ଲୋଚନ ବେହେରା ଉପସ୍ଥିତ ଥିଲେ।ଶତାଧିକ ମହିଳା ଓ ପୁରୁଷ ବ୍ଲକ ଘେରାଉରେ ସାମିଲ ହୋଇଥିଲେ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଗରଗଡ଼ବାହାଲ ପଞ୍ଚାୟତ ପକ୍ଷରୁ ୩ଦଫା ଦାବି ନେଇ ବ୍ଲକ ଅଫିସ ଘେରାଉ

ଅର୍ଗସ ବ୍ୟୁରୋ :ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକର ଚିର ଅବହେଳିତ ଗରଗଡ଼ବାହାଲ ପଞ୍ଚାୟତ ବାସିନ୍ଦା ୩ଦଫା ଦାବି ନେଇ ଆଜି ବ୍ଲକ କାର୍ଯାଳୟ ଘେରାଉ କରି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କ ମାଧ୍ୟମରେ ଦାବୀପତ୍ର ପ୍ରଦାନ କରିଥିଲେ। ସେମାନଙ୍କ ଦାବୀ ମୁତାବକ ସ୍ବାଧୀନତାର ୭୫ବର୍ଷ ପରେ ବି ତଥା ନୂତନ ଗରଗଡ଼ବାହାଲ ପଞ୍ଚାୟତ ଗଠନର ୬ବର୍ଷ ବିତିଯାଇଥିଲେ ମଧ୍ୟ ପଞ୍ଚାୟତ ମୁଖ୍ୟାଳୟରୁ ବ୍ଲକକୁ ସବୁଦିନିଆ ରାସ୍ତାଟିଏ ନାହିଁ। ଫଳରେ ଲୋକଙ୍କ ସାଧାରଣ ଜୀବନଯାତ୍ରା ଗୁରୁତର ବାଧାପ୍ରାପ୍ତ ହେଉଛି।
Download Argus News App
