ଏକ ପୂଜା ଦୋକାନରେ ବେଆଇନଭାବେ ସେ ଗ୍ୟାସ ସିଲିଣ୍ଡର ରଖି ବେପାର କରୁଥିଲେ । ତେବେ କୌଣସି କାରଣରୁ ହଠାତ ଗୋଦାମରେ ନିଆଁ ଲାଗି ଯାଇ ଏକ ଭୟଙ୍କର ଶବ୍ଦ ହୋଇଥିଲା । ତା ସହ ଘରର ଛାତ ମଧ୍ୟ ଫାଟିଯାଇଥିଲା । ଖବର ପାଇ ତୁରନ୍ତ ଡୁଙ୍ଗୁରିପାଲି ଅଗ୍ନିଶମ ବାହିନି ଘଟଣା ସ୍ଥଳକୁ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।
ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଦୋକାନ

ଅର୍ଗସ ବ୍ୟୁରୋ : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ସହଲା ଗ୍ରାମରେ ଅଘଟଣ । ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ପୂଜା ଦୋକାନ । ଡୁଙ୍ଗୁରିପାଲି-ସହଲା ମଝିରେ ଥିବା ନିରାକାର ମେହେରଙ୍କ ଏକ ପୂଜା ଦୋକାନରେ ଗଚ୍ଛିତ ଥିବା ଗ୍ୟାସ ସିଲିଣ୍ଡର ଫାଟି ଲକ୍ଷାଧିକ ଟଙ୍କା ଓ ଆସବାବପତ୍ର ଭଷ୍ମିଭୁତ ହୋଇଯାଥିବା ବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
Download Argus News App
