ଫଳରେ ସେଠାରେ ଉପସ୍ଥିତ ସିକ୍ୟୁରିଟି ଗାର୍ଡ ଶୈଳେଶ ସାହୁଙ୍କ ମୃତ୍ୟୁ ଘଟିଥିଲା । 3 ଆହତଙ୍କ ମଧ୍ୟରୁ ଜଣକର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ସେପଟେ ଶୈଳେଶ ଘରର ଏକମାତ୍ର ରୋଜଗାରିଆ ପୁଅ ହୋଇଥିବାବେଳେ କମ୍ପାନୀ ତରଫରୁ ତାଙ୍କ ପରିବାରକୁ ସହାୟତା କରିବାକୁ ତାଙ୍କ ସହକର୍ମୀମାନେ ଦାବି କରିଛନ୍ତି ।

ଅର୍ଗସ ବ୍ୟୁରୋ: ଝାରସୁଗୁଡା କୋଲାବିରା ଥାନା ରଘୁନାଥପାଲିରେ ଥିବା ଜୟ ହନୁମାନ କାରଖାନାରେ ଫାଟିଲା ଗ୍ୟାସ ସିଲିଣ୍ଡର । ଗ୍ୟାସ ସିଲିଣ୍ଡର ଫାଟି ଜଣେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ହୋଇଛି । ଏହାସହ ଦୁର୍ଘଟଣାରେ 3 ଜଣ ଆହତ ହୋଇଛନ୍ତି । ଆଜି ଭୋର 4 ଟା ସମୟରେ କାରଖାନାର କ୍ଲିନ ବିଭାଗରେ କାମ ଚାଲିଥିବା ବେଳେ ଗ୍ୟାସ ସିଲିଣ୍ଡର ଫାଟିଥିଲା ।

ଅର୍ଗସ ବ୍ୟୁରୋ : ଗତ କାଲିଠାରୁ ଆରମ୍ଭ ହୋଇଛି ବିଶ୍ବ ଟେଷ୍ଟ ଚାମ୍ପିୟନସିପର ଫାଇନାଲ । ଇଂଲଣ୍ଡର ଓଭାଲ ମୈଦାନରେ ମୁହାଁମୁହିଁ ହୋଇଛନ୍ତି ଭାରତ- ଅଷ୍ଟ୍ରେଲିଆ । ଏହି ଫାଇନାଲ ମ୍ୟାଚ୍ରେ ଟିମ ଇଣ୍ଡିଆର ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । କିଙ୍ଗଷ୍ଟନ୍ ଓଭାଲ୍ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଥିବା ଡବ୍ଲୁଟିସି ଦ୍ବିତୀୟ ସଂସ୍କରଣର ଫାଇନାଲ୍ରେ ହେଡ୍ ଓ ଷ୍ଟିଭ୍ ସ୍ମିଥ୍ଙ୍କ ମଧ୍ୟରେ ଦ୍ବିଶତକୀୟ ଭାଗୀଦାରି ହୋଇଛି । ଯାହାଫଳରେ ପ୍ରଥମ ଦିନର ଷ୍ଟମ୍ପ୍ସ ଅପସାରଣ ବେଳକୁ ଅଷ୍ଟ୍ରେଲିଆ ୩ ୱିକେଟ୍ ବିନିମୟରେ ୩୨୭ ରନ୍ ସଂଗ୍ରହ କରି ଦୃଢ଼ ସ୍ଥିତିରେ ରହିଛି । ସ୍ମିଥ୍ ୯୫* ରନ କରିଥିବା ବେଳେ ହେଡ୍ ୧୪୬* ରନ୍ କରି ଅପରାଜିତ ଅଛନ୍ତି । ଡବ୍ଲୁଟିସି ଫାଇନାଲ୍ରେ ମଧ୍ୟ ପ୍ରଥମ ଥର ଶତକୀୟ ଭାଗୀଦାରି ହୋଇପାରିଛି।
ଅଧିକ ପଢନ୍ତୁ : ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଟିମ ଇଣ୍ଡିଆ
ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଥିଲା । ୪ ଦ୍ରୁତ ବୋଲର ମହମ୍ମଦ ସାମି, ମହମ୍ମଦ ସିରାଜ, ଶାର୍ଦୁଳ ଠାକୁର ଓ ଉମେଶ ଯାଦବ ବୋଲିଂ ଆରମ୍ଭ କରିଥିଲେ । ଘାସୁଆ ପିଚ୍ରୁ ପ୍ରାରମ୍ଭିକ ଫାଇଦା ଉଠାଇ ସିରାଜ ଚତୁର୍ଥ ଓଭରରେ ଉସ୍ମାନ ଖୱାଜାଙ୍କୁ ଖାତା ଖୋଲିବା ପୂର୍ବରୁ ଆଉଟ୍ କରିଥିଲେ ।
ଡେଭିଡ୍ ୱାର୍ଣ୍ଣର ଓ ମାର୍ନସ ଲବୁସାନ୍ ରକ୍ଷଣାତ୍ମକ ଖେଳୁଥିଲେ ବି ଦଳୀୟ ରନ୍ ୭୧ ହୋଇଥିଲା ବେଳେ ୱାର୍ଣ୍ଣରଙ୍କୁ ଶାର୍ଦୁଳ ଆଉଟ କରି ଦ୍ବିତୀୟ ସଫଳତା ଦେଇଥିଲେ । ୱାର୍ଣ୍ଣରଙ୍କୁ ଆଉଟ୍ କରିବାରେ କେଏସ୍ ଭରତଙ୍କ ଡାଇଭ୍ କ୍ୟାଚ୍କୁ ଦର୍ଶକମାନେ ପ୍ରଶଂସା କରିଥିଲେ। ୫ ରନ୍ ବ୍ୟବଧାନରେ ଲବୁସାନ୍ଙ୍କୁ ସାମି ପ୍ରଥମ ଶିକାର କରିଥିଲେ । କିନ୍ତୁ ଏହାପରଠୁ ପିଚ୍ରେ ସ୍ମିଥ୍ ଓ ମଧ୍ୟାହ୍ନ ଭୋଜନ ପରେ ବ୍ୟାଟିଂ ଆସିଥିବା ହେଡ୍ ଭାରତୀୟ ବୋଲରଙ୍କୁ ପ୍ରବଳ ଖଟାଇଥିଲେ ।

ଅର୍ଗସ ବ୍ୟୁରୋ: କେରଳ ଛୁଇଁଲା ମୌସୁମୀ । ମୌସୁମୀ ଆସିବା ପାଇଁ ପାଗ ଅନୁକୂଳ ରହିଥିଲା ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ । କେରଳ ଛୁଇଁଲା ବୋଲି ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସପ୍ତାହେ ବିଳମ୍ବରେ ସ୍ଥଳଭାଗ ଛୁଇଁଲା ମୌସୁମୀ। ଲକ୍ଷାଦ୍ବୀପ ଓ କେରଳର ସବୁ ଅଞ୍ଚଳକୁ ଛୁଇଁଲା ମୌସୁମୀ।
ଦକ୍ଷିଣ-ପଶ୍ଚିମକୁ ଗତି କରିବାପାଇଁ ମୌସୁମୀ ବାୟୁ ଅନୁକୂଳ ହୋଇଛି। ସେପଟେ ଆରବ ସାଗରରେ ଭୀଷଣ ବାତ୍ୟାର ରୂପ ନେଇଛି ବାତ୍ୟା ‘ବିପର୍ଯ୍ୟୟ’ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ଅତି ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ଓଡ଼ିଶାକୁ ୧୯ ତାରିଖ ପୂର୍ବରୁ ମୌସୁମୀ ଆସିବା ସମ୍ଭାବନା କମ୍ । ବିଳମ୍ବରେ ମୌସୁମୀ ଆସିଥିବାରୁ ନିଅଣ୍ଟିଆ ବର୍ଷା ହୋଇପାରେ।
ଅଧିକ ପଢ଼ନ୍ତୁ ପାଣିପାଗ ଖବର
