ସେପଟେ ଏକ୍ସପର୍ଟ ଟିମ୍ ଘଟଣାସ୍ଥଳରେ ପହଁଞ୍ଚି ଗ୍ୟାସକୁ ବନ୍ଦ କରିବା ପାଇଁ ପ୍ରୟାସ ଜାରି ରଖିଛି । ଘଟଣାସ୍ଥଳରୁ 2 କିଲୋମିଟରରୁ ଲୋକଙ୍କୁ ପ୍ରବେଶକୁ ମନା କରାଯାଇଥିବାବେଳେ ଘଟଣାସ୍ଥଳରୁ ଇଲେକ୍ଟ୍ରୋନିକ୍ସ ଡିଭାଇସ, ମୋବାଇଲ, ପାୱାର ବ୍ୟାଙ୍କ୍ ବାରଣ କରାଯାଇଛି ।
ବଲାଙ୍ଗୀରରୁ ଏକ ଟେକ୍ନିକାଲ ଟିମ ଆସିବା ପରେ ଗ୍ୟାସ ନିର୍ଗତକୁ ବନ୍ଦ କରିବା ପାଇଁ ପ୍ରୟାସ କରାଯିବ । ଅଗ୍ନିଶମ ବିଭାଗ ପକ୍ଷରୁ ଗ୍ୟାସ ନିର୍ଗତ ଟ୍ୟାଙ୍କର ଅଞ୍ଚଳରେ ପାଣି ଛିଞ୍ଚନ କରାଯାଉଛି । ଘଟଣାସ୍ଥଳରେ କଳାହାଣ୍ଡି ଜିଲ୍ଲା ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଛନ୍ତି ।