ଉକ୍ତ ବୈଠକରେ ଯୋଗ ଦେଇ ଅତିଥିମାନେ କହିଥିଲେ ଯେ, ଓଡ଼ିଶା ଏକ ଅନୁସୂଚିତ ଜାତି ଓ ଜନଜାତି ବହୁଳ ରାଜ୍ୟ। ଏହି ବର୍ଗର ଲୋକ ମୋଟ ଜନସଂଖ୍ୟାର ପ୍ରାୟ ୪୦ ପ୍ରତିଶତ। ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ଏହି ବର୍ଗର ଉନ୍ନତି ଆମ ରାଜ୍ୟର ବିକାଶରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିଛି। ଏଦତ୍ବ୍ୟତୀତ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ ଲୋକଙ୍କର ଉନ୍ନତି ନିମନ୍ତେ ଏହି ବିଭାଗ ମିଶ୍ରିତ ଭାବେ ରହି କାର୍ଯ୍ୟ କରୁଛି।
ସର୍ବୋପରି କହିବାକୁ ଗଲେ ଉକ୍ତ ସମ୍ପ୍ରଦାୟ ଲୋକଙ୍କର ବିକାଶ ଏବଂ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସରକାରଙ୍କ ଦ୍ବାରା ପ୍ରଣୀତ ଯୋଜନା ଗୁଡ଼ିକୁ କାର୍ଯ୍ୟକାରୀ କରିବାପାଇଁ ଏହି ବିଭାଗର କାର୍ଯ୍ୟରତ କ୍ଷେତ୍ର ଅଧିକାରୀଙ୍କ ଗୁରୁତ୍ବ ଯଥେଷ୍ଟ ଅଧିକ। ଏହି କ୍ଷେତ୍ର ଅଧିକାରୀଙ୍କ କର୍ତ୍ତବ୍ୟ ନିଷ୍ଠା ଓ ସେବା ମନୋଭାବ ପାଇଁ ଶିକ୍ଷା ଓ ଜୀବିକା ନିର୍ଦ୍ଧାରଣ କ୍ଷେତ୍ରରେ ବିଭିନ୍ନ ପଛୁଆ ବର୍ଗର ଲୋକଙ୍କ ମଧ୍ୟରେ ଏକ ବ୍ୟାପକ ପରିବର୍ତ୍ତନ ଅଣାଯାଇପାରିଛି। ତଥାପି ସେମାନଙ୍କୁ ଆହୁରି ସ୍ବାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବାପାଇଁ ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ଓ ଏହାର ସଫଳ ରୂପାୟନ ନିରବଚ୍ଛରିନ୍ନ ଭାବେ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି।