ସତ୍ୟବ୍ରତ ଗତ ୨୦୨୦-୨୧ଶିକ୍ଷା ବର୍ଷରେ ପଠାଣିସାମନ୍ତ ମେଧାବୃତ୍ତି ପରୀକ୍ଷା ଦେଇ ସମ୍ପୂର୍ଣ୍ଣ ୧୫୦ ନମ୍ବରରୁ ସତ୍ୟବ୍ରତ ୧୩୩ନମ୍ବର ରଖିଥିବା ବେଳେ ଭଦ୍ରକ ଜିଲ୍ଲାର ମଧ୍ୟ ଟପ୍ପର ହୋଇଥିଲେ। ଆଉ ତାଙ୍କୁ ନିୟମ ଅନୁଯାୟୀ ମାସକୁ ମାସ ୫୦୦ ଟଙ୍କା ମିଳିବ କଥା କିନ୍ତୁ ପ୍ରୋତ୍ସାହନ ରାଶି ପାଇବାରୁ ତିନି ବର୍ଷ ହେବ ବଞ୍ଚିତ ହୋଇଛନ୍ତି ଛାତ୍ର ଜଣଙ୍କ। ଶିକ୍ଷା ବିଭାଗର କିଛି ତ୍ରୁଟି ପାଇଁ ସତ୍ୟବ୍ରତ ତିନି ବର୍ଷ ହେବ ପ୍ରୋତ୍ସାହନ ପାଇବାରୁ ବଞ୍ଚିତ ହୋଇଛନ୍ତି ।
ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ଆଉ ଗୋଟିଏ ସପ୍ତାହ ଭିତରେ ପ୍ରୋତ୍ସାହନ ରାଶି ମିଳିଯିବ। ସରକାରୀ ସାହାଯ୍ୟ ମିଳିଲେ ସତ୍ୟବ୍ରତ ଆଗକୁ ଠିକ୍ ଭାବେ ପାଠ ପଢି ପାରନ୍ତେ। ଯଦି କୌଣସି ବ୍ୟକ୍ତି ସତ୍ୟବ୍ରତଙ୍କ ପାଠପଢ଼ା ପାଇଁ ସାହାଯ୍ୟ ପାଇଁ ଚାହୁଁଥିବେ ତାହାଲେ 9438374533 ମୋବାଇଲ ନମ୍ବରରେ ଯୋଗାଯୋଗ କରିପାରିବେ।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ