ଚିହ୍ନଟ ହୋଇଥିବା ଜାଲ ସାର୍ଟିଫିକେଟଧାରୀ ଶିକ୍ଷକ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକର କାଠଶୀର୍ଷି ବିଦ୍ୟାଳୟର ମନୋରଞ୍ଜନ ପାତ୍ର | ଇତିମଧ୍ୟରେ ଦୀର୍ଘ ୧୬ ବର୍ଷ ସେ ଚାକିରି କରି ସାରିଲେଣି | ତାଙ୍କ ବିରୁଦ୍ଧରେ ଜାଲ ସାର୍ଟିଫିକେଟ ଅଭିଯୋଗ ପରେ ଉତ୍କଳ ବିଶ୍ୱ ବିଦ୍ୟାଳୟକୁ ସାର୍ଟିଫିକେଟ ଯାଞ୍ଚପାଇଁ ପଠାଯାଇଥିଲା ।
ସାର୍ଟିଫିକେଟ ଜାଲ ବୋଲି ଜୁଲାଇ ମାସରୁ ବିଶ୍ୱବିଦ୍ୟାଳୟ ତରଫରୁ ବିଇଓ ମାଳତୀ ଟୁଡୁଙ୍କୁ ଜଣାଇ ଦିଆଯାଇଥିଲା | ହେଲେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଶୂନ। କେବଳ କାଠସିର୍ସି ବିଦ୍ୟାଳୟ BEO ଯାଇ ମନୋରଞ୍ଜନ ପାତ୍ରଙ୍କୁ ବିଦ୍ୟାଳୟ ଆସିବାକୁ ମନାକରିଛନ୍ତି।
ଆହୁରି ଅଧିକ ଓଡିଶାର ଅନ୍ଯାନ୍ଯ ତାଜା ଖବର ପଢ଼ନ୍ତୁ ।