କେନ୍ଦୁଝର ଜିଲ୍ଲାରେ ଆଜିଠୁ ସମସ୍ତ ମନ୍ଦିର ଖୋଲିବା ନେଇ ଜିଲ୍ଲାପାଳ ନୂତନ ଏସଓପି ଜାରି କରିଛନ୍ତି । ଏସଓପି ପାଳନ ସହ ମା' ତାରିଣୀଙ୍କ ମନ୍ଦିର ଖୋଲାଯାଉଛି । ସମସ୍ତ କୋବିଡ଼ କଟକଣା ମଧ୍ୟରେ ସରକାରଙ୍କ ନିୟମ ମାନି ଭକ୍ତମାନେ ମା'ଙ୍କ ଦର୍ଶନକରି ପାରିବେ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।
କେନ୍ଦୁଝର: ଆଜି ଖୋଲିବ କେନ୍ଦୁଝର ଘଟଗାଁ ମା' ତାରିଣୀ ପୀଠ । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କରୋନା କଟକଣା ମାନି ମା'ଙ୍କୁ ଦର୍ଶନ କରିବେ ଭକ୍ତ । ପୂଜା ସମାଗ୍ରୀ ସହ ବୟସ୍କ ଓ ଛୋଟପିଲାଙ୍କୁ ମନ୍ଦିର ପ୍ରବେଶକୁ ବାରଣ କରାଯାଇଛି ।
କେନ୍ଦୁଝର ଜିଲ୍ଲାରେ ଆଜିଠୁ ସମସ୍ତ ମନ୍ଦିର ଖୋଲିବା ନେଇ ଜିଲ୍ଲାପାଳ ନୂତନ ଏସଓପି ଜାରି କରିଛନ୍ତି । ଏସଓପି ପାଳନ ସହ ମା' ତାରିଣୀଙ୍କ ମନ୍ଦିର ଖୋଲାଯାଉଛି । ସମସ୍ତ କୋବିଡ଼ କଟକଣା ମଧ୍ୟରେ ସରକାରଙ୍କ ନିୟମ ମାନି ଭକ୍ତମାନେ ମା'ଙ୍କ ଦର୍ଶନକରି ପାରିବେ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।
ବାଲେଶ୍ୱର: ପ୍ରେମିକାର ପ୍ରତାରଣା ସହିନପାରି ବିଷ ପିଇ ପ୍ରେମିକର ଆତ୍ମହତ୍ୟାର ଲାଇଭ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେସ ଭାଇରାଲ ହେଉଥିବା ବେଳେ ଏହି ଘଟଣା ଏବେ ଖଇରା ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଏକ ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ଖଇରା ଥାନା ନହଙ୍ଗ ମହାଳିକ ସାହିରେ ଦେଖିବାକୁ ମିଳିଛି। ଗାଁର ଗୟାଧର ମହାଳିଙ୍କ ଏକମାତ୍ର ପୁଅ କମଳାକାନ୍ତ ପ୍ରେମିକାର ପ୍ରତାରଣା ସହିନପାରି ସାତଦିନ ପୂର୍ବରୁ ବିଷବିପିଇ ଅସୁସ୍ଥ ହୋଇପଡିଥିଲେ। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଖଇରା ପରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେଵାରୁ ତାଙ୍କୁ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା।
କମଳାକାନ୍ତ ସାତଦିନ ମୃତ୍ୟୁ ସହିତ ସଂଗ୍ରାମ କରି ଶେଷରେ ମୃତ୍ୟୁବରଣ କରିଛନ୍ତି। କମଳାକାନ୍ତ ବିଷ ପିଉଥିବାର ଲାଇଭ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ପ୍ରେମିକାର ପ୍ରତାରଣା ପାଇଁ କମଳାକାନ୍ତ ଆତ୍ମହତ୍ୟା କରିଥିବା ପରିବାର ଏବଂ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଉକ୍ତ ପ୍ରେମିକା ଖଇରା ବ୍ଲକ ସିମୁଳିଆ ଥାନା ଅଧିନ ଗରସଙ୍ଗ ଅଞ୍ଚଳରେ ହୋଇଥିବା ବେଳେ ସେ ଗରସଙ୍ଗ କଲେଜରେ ପଢ଼ୁଥିବା ବେଳେ କମଳାକାନ୍ତ ପ୍ରେମିକାକୁ ଦେଖା କରିବାକୁ କଲେଜ ନିକଟକୁ ଯାଇଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଏବଂ ପରେ କମଳାକାନ୍ତ ଘରକୁ ଆସି ବିଷ ପିଇବା ସହିତ ବିଷ ପିଇବାର ଭିଡ଼ିଓ ଉକ୍ତ ପ୍ରେମିକାକୁ ପଠାଇବା ସହିତ ସୋସିଆଲ ମିଡିଆରେ ଛାଡିଥିଲେ। ଉଭୟଙ୍କ ମଧ୍ୟରେ ୪ବର୍ଷ ହେବ ପ୍ରେମ ସମ୍ପର୍କ ଥିବା ପରିବାର ଏବଂ ସମ୍ପର୍କୀୟ କହିଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ଜନ୍ମଦିନ ସମସ୍ତଙ୍କ ପାଇଁ ଅଲଗା. ସମସ୍ତେ ସମସ୍ତଙ୍କ ଜନ୍ମଦିନକୁ ନେଇ ବେଶ ଉତ୍ସାହିତ ଥାଆନ୍ତି. ଏବଂ ସମସ୍ତଙ୍କ ଠାରୁ ବିଭିନ୍ନ ଉପହାର ମିଳିବା ମଧ୍ୟ ସେ ଦିନର ଏକ ମୁଖ୍ୟ ଆକର୍ଷଣ ଅଟେ । ତେବେ ଗତ କିଛିଦିନ ତଳେ ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟ ବେଶ ଭାଇରାଲ ହେବାରେ ଲାଗିଥିଲା। ଯେଉଁଥିରେ ଜଣେ ବାପା ତାଙ୍କ ଝିଅକୁ ଏକ ମଇଲା ବୋତଲ ଗିଫ୍ଟ କରିଥିବା ତାଙ୍କ ଝିଅ ପୋଷ୍ଟ କରିଛନ୍ତି। ତେବେ ଏପରି ଏକ ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟଜନକ ଉପହାରକୁ ନେଇ ଏହି ପୋଷ୍ଟ ଅନେକ ଜଣଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି। ତେବେ ଏହାର କାରଣ ଜଣାଇ ତାଙ୍କ ଝିଅ ପାଟ୍ରିସିଆ ମୋଉ ଲେଖିଛନ୍ତି, ଏହା ପ୍ରଥମ ଥର ନୁହେଁ ତାଙ୍କ ବାପା ତାଙ୍କୁ ପ୍ରତିବର୍ଷ ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟଜନକ ଗିଫ୍ଟ ଦେଇଛନ୍ତି ।
For my birthday this year, my dad gifted me a dirty bottle of water. Not kidding.
In the past he’s gifted me: a first aid kit, pepper spray, an encyclopedia, a key chain, dedicated a book he wrote to me, etc. good ol dad gifts.
He told me this years gift was extra special as… pic.twitter.com/N56AiGgErJ — Patricia Mou (@patriciamou_) October 2, 2023
ପୂର୍ବରୁ ସେ ତାଙ୍କୁ ବ୍ଲାକ ପିପର ସ୍ପ୍ରେ, କିଟ,ଏନସାଇକ୍ଲୋପିଡିଆ ଏବଂ ସେ ତାଙ୍କ ପାଇଁ ଲେଖିଥିବା ଏକ ବହି ଗିଫ୍ଟ କରିଥିଲେ । ତେବେ ଚଳିତବର୍ଷ ତାଙ୍କୁ ଏକ ସ୍ବତନ୍ତ୍ର ଧରଣର ଗିଫ୍ଟ ଦେଇଛନ୍ତି ବୋଲି ସେ କହିଛନ୍ତି । କାରଣ ଏହି ଗିଫ୍ଟ ତାଙ୍କୁ ଏକ ମୂଲ୍ୟବାନ ଜୀବନ ଶିକ୍ଷା ଦେଇଛି । ଯାହା କେବେବି ଟଙ୍କା ଦ୍ବାରା କିଣି ହେବନି । ତାଙ୍କ ବାପା ତାଙ୍କୁ ଏଇ ଗିଫ୍ଟ ଦେଇ କହିଥିଲେ , ଯେତେବେଳେ ତୁମେ ବ୍ୟସ୍ତ କିମ୍ବା ବିଚଳିତ ଥିବା ସେତେବେଳେ ତୁମ ଚତୁପାର୍ଶ୍ବରେ ତୁମକୁ ସବୁକିଛି ମଇଳା ଦେଖାଯିବ । ତୁମେ ଆଶାହୀନ ହୋଇପଡିବ । କିନ୍ତୁ ଯେତେବେଳେ ତୁମ ମୁଣ୍ଡ ସ୍ଥିର ଥିବ, ତୁମେ ଶାନ୍ତ ଥିବ, ସେତେବେଳେ ଏହି ବୋତଲ ଭଳି ମଇଳା ମଧ୍ୟ ମାତ୍ର ୧୦% ଦେଖାଯିବ । ତେଣୁ ଦୃଷ୍ଟିକୋଣ ହିଁ ସବୁକିଛି ।
ତେବେ ମୋଉ ଲେଖିଛନ୍ତି, ଏହି ଗିଫ୍ଟ ତାଙ୍କ ସବୁଠୁ ବେଷ୍ଟ ଗିଫ୍ଟ ଥିଲା.ଯାହା ଖୁବ ସରଳ ଏବଂ ଗଭୀର ଅର୍ଥ ପ୍ରକାଶ କରେ। ଏବଂ ଏହାଏକ ମୂଲ୍ୟବାନ ଶିକ୍ଷା ଦେଲା । ତାହା ହେଉଛି, ନିଜ ଖରାପ ସମୟରେ ମଧ୍ୟ ବିଚଳିତ ନହୋଇ ସ୍ଥିରଚିତ୍ତରେ କାମ କରିବା ଉଚିତ । ଖରାପ ସମୟ ପରେ ଖୁବ ଭଲ ସମୟ ଆସେ ।
ଅର୍ଗସ ବ୍ୟୁରୋ: ସବୁବେଳେ ନିଜ ପୋଷାକକୁ ନେଇ ଚର୍ଚ୍ଚାର ପରିସର ଭିତରକୁ ଆସିଥାନ୍ତି ବିଗ୍ବସ୍ ଫେମ୍ ତଥା ମଡେଲ୍ ଉର୍ଫି ଜାଭେଦ। ଅନେକ ଲୋକ ଉର୍ଫିଙ୍କୁ କ୍ରିଏଟିଭ୍ ବା ସୃଜନଶୀଳ ବୋଲି କହି ପ୍ରଶଂସା କରୁଥିବା ବେଳେ ଅନେକ ଲୋକ ତାଙ୍କର ସମାଲୋଚନା ବି କରନ୍ତି। ଏପରିକି ଉର୍ଫି ନିଜ ପୋଷାକ ମାଧ୍ୟମରେ ସମାଜକୁ ଖରାପ ବାର୍ତ୍ତା ଦେଉଛନ୍ତି ବୋଲି ବି ଅଧିକାଂଶ ସମୟରେ ଅଭିଯୋଗ ହୋଇଛି। ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫି ଏବେ ନିର୍ବନ୍ଧ କରିଥିବା ନେଇ ଚର୍ଚ୍ଚା ହେଉଛି।
ଉର୍ଫିଙ୍କର ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଜଣେ ଯୁବକଙ୍କ ସହ ବସି ପୂଜା କରୁଥିବା ଦେଖିବାକୁ ମିଳିଛି। ଏହି ଫଟୋ ସାମ୍ନାକୁ ଆସିବା ପରେ ଉର୍ଫି ମନ୍ଦିରରେ ନିର୍ବନ୍ଧ କରିଥିବା ନେଇ ଚର୍ଚ୍ଚା ହେଉଛି। ତେବେ ଏପର୍ଯ୍ୟନ୍ତ ଉର୍ଫି ଏହି ଫଟୋକୁ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।
ଅଧିକ ପଢ଼ନ୍ତୁୁ ମନୋରଞ୍ଜନ ଖବର