ମନ୍ତ୍ରୀଙ୍କ ଯୋଗ୍ୟତା କ'ଣ ? ମନ୍ତ୍ରୀଙ୍କ ଠାରୁ ବଡ଼ ଅଫିସର ଲୋକେ ଆଲୋଚନା କରୁଛନ୍ତି ।
ଅବିଶ୍ବାସ ହେଉଥିଲେ ମନ୍ତ୍ରୀ ଓ ବିଧାୟକଙ୍କ ଲାଏ ଡିଟେକ୍ସନ ଟେଷ୍ଟ କଲେ ସତ ଜଣାପଡ଼ିଯିବ କହି ସିଧା ସିଧା ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରିଛନ୍ତି ଗିରିରାଜ । ଓଡ଼ିଶାର ଜନତା ବିଚରା ହୋଇ ରହିଥିବା ବେଳେ ବ୍ୟୁରୋକ୍ରାସି ହାଭି ହୋଇସାରିଛି ।
ସେହିପରି ରାଜ୍ୟ ସରକାରଙ୍କ କେନ୍ଦ୍ର ଅବହେଳା କାନ୍ଦଣାକୁ ନଥିପତ୍ର ଥୋଇ ଟାର୍ଗେଟ୍ କରିଛନ୍ତି ଗିରିରାଜ । ବିଭିନ୍ନ ଯୋଜନାରେ ଓ ବିଭାଗରେ ୟୁପିଏ ସରକାର ଓ ମୋଦି ସରକାର ଓଡ଼ିଶାକୁ ଦେଇଥିବା ଅନୁଦାନର ପୂରା ଚିଠି ରଖିଛନ୍ତି ଗିରିରାଜ । ୟୁପିଏର ୮ ବର୍ଷ ମଧ୍ୟରେ ମନରେଗାରେ ଓଡ଼ିଶାକୁ ୬,୭୯୦ କୋଟି ମିଳିଥିବା ବେଳେ ମୋଦି ସରକାର ଦେଇଛନ୍ତି ପାଖାପାଖି ୨୭, ୦୦୦ କୋଟି । ପିଏମ୍ ଗ୍ରାମ ସଡ଼କ ଯୋଜନାରେ ୟୁପିଏର ୮ ବର୍ଷରେ ୧୦, ୦୦୦ କୋଟି ବିନିମୟରେ ୨୧,୦୦୦ କିଲୋମିଟର ରାସ୍ତା ତିଆରି ହୋଇଥିବା ବେଳେ ମୋଦି ସରକାର ୨୦,୦୦୦ କୋଟିର ଅନୁଦାନ ଦେଇଛନ୍ତି । ଫଳରେ ୪୨,୦୦୦ କିଲୋମିଟର ରାସ୍ତା ସରିଛି ।
ପଞ୍ଚାୟତିରାଜ ବିଭାଗରେ ୟୁପିଏ ସମୟରେ ୨,୨୪୬ କୋଟି ମିଳିଥିବା ବେଳେ ମୋଦିଙ୍କ ସମୟରେ ଏହା ୧୪,୪୪୦ କୋଟିକୁ ବୃଦ୍ଧି ପାଇଛି । କେବଳ ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ମୋଦିଙ୍କ ୮ ବର୍ଷରେ ମିଳିଛି ୨୬,୬୧୧ କୋଟି ଟଙ୍କା । ମୋଟ୍ ଏଯାଏଁ କେନ୍ଦ୍ର ସରକାର ୧, ୨୫,୦୦୦ କୋଟି ଟଙ୍କା ଓଡ଼ିଶାକୁ ଅନୁଦାନ । ମୋଦିଙ୍କ ଫୋକସରେ ପୂର୍ବାଞ୍ଚଳର ବିକାଶ ଥିବା ବେଳେ ରାଜ୍ୟ ସରକାର ଭ୍ରଷ୍ଟାରରେ ବୁଡ଼ିଛି ବୋଲି କହିଛନ୍ତି ଗିରିରାଜ । ଡିଏମଏଫ ଫଣ୍ଡରେ ବି ଘୋଟାଲା ହେଉଛି । ଓଡ଼ିଶାରେ କାମ୍ କମ୍, ଲୁଟ୍ ଅଧିକ କହି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...