ଗଲା ଜୁଲାଇ ୨୧ ତାରିଖରେ ଦୁଇ ପରିବାରର ସହମତିରେ ବାହାଘର ଠିକ୍ ହେଲା। ନିର୍ବନ୍ଧ ମଧ୍ୟ ସରିଲା। ଗୁଆ ଟେକିବା ପରେ ଉଭୟଙ୍କ ଭିତରେ କଥାବାର୍ତ୍ତା ବି ଚାଲିଲା। ନିଷ୍ପତ୍ତି ମୁତାବକ ଏଇ ଡିସେମ୍ବରରେ ଉଭୟଙ୍କ ବାହାଘର ହୋଇଥାନ୍ତା।
ହେଲେ ଚତୁରୀ କନିଆ ଜଣକ ଅଜବ ଦାବି କଲେ ନିଜ ଭାବି ସ୍ୱାମୀଙ୍କ ପାଖରେ। କହିଲେ ୧୦ ଲକ୍ଷରେ ମୋ ନାଁରେ ଗୋଟାଏ ଫିକ୍ସ ଡିପୋଜିଟ୍ କର। ଏ କଥା ଶୁଣି ବରପିଲାର ଅକଲ ଗୁଡୁମ୍। ସିଧା ସିଧା ଏମିତି ହୋଇ ପାରିବ ନାହିଁ ବୋଲି ସେ ମନା କଲେ। ଆଉ ତା ପରେ ଯୁବତୀ ଜଣକ ନିଜ ଅସଲ ଚେହେରା ଦେଖାଇଲେ। କହିଲେ ଯଦି ୧୦ ଲକ୍ଷ ନ ରଖିବ ତା ହେଲେ ଆମ ଦୁର୍ବଳ ମୁହୂର୍ତ୍ତର ଭିଡିଓ ଆଉ ଫଟୋ ଭାଇରାଲ ହେବ।
ଏହି ଘଟଣା ପରେ ଯୁବକ ଜଣକ ଆଇନର ଆଶ୍ରୟ ନେଇଥିଲେ। ଫଳରେ ହାଇକୋର୍ଟ ଆଜି ଏହି ଘଟଣାର ତ୍ୱରିତ ତଦନ୍ତ ଲାଗି କମିଶନରେଟ୍ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।