ସ୍ଥାନୀୟ ଲୋକେ ଖୋଜାଖୋଜି କରିବା ସହ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ବହୁ ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସସ୍ମିତା ଙ୍କୁ ଉଦ୍ଧାର କରା ଯାଇ ନାହିଁ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କେନ୍ଦୁଝର: ନଦୀରେ ଗାଧୋଉଥିବା ବେଳେ ନାବାଳିକା ନିଖୋଜ । ଅଗ୍ନିଶମ ବିଭାଗ ଦ୍ୱାରା ଖୋଜାଖୋଜି ଜାରି । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଷେଣ୍ଢେଇ ନଦୀର ଶାମୁକାନାଣ୍ଡି ଘାଟରେ। ଶାମୁକାନାଣ୍ଡି ଗ୍ରାମର ସସ୍ମିତା ନାହାକ ଷେଣ୍ଢେଇ ନଦୀରେ ଗାଧୋଉଥିବା ବେଳେ ଗୋଡ଼ ଖସି ଯିବାରୁ ଭାସିଯାଇ ନିଖୋଜ ଅଛନ୍ତି ।
ସ୍ଥାନୀୟ ଲୋକେ ଖୋଜାଖୋଜି କରିବା ସହ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ବହୁ ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସସ୍ମିତା ଙ୍କୁ ଉଦ୍ଧାର କରା ଯାଇ ନାହିଁ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ଗୋ ଚାଲାଣର ନୂଆ ତରିକା, ଜାତୀୟ ରାଜପଥରେ ଗାଡି ବଦଳରେ ଗାଁ ରାସ୍ତା ଦେଇ ଚଲାଇ ଚଲାଇ ଗୋ ଚାଲାଣ କରାଯାଉଛି । ସୋର ଥାନା ପାଖର ପଞ୍ଚାୟତ ମଲ୍ଲିପୁର ଛକ ନିକଟରୁ ୨୦ ଟି ଗୋରୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସାତ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ସୋର ପୋଲିସ । ଆଜି ମଧ୍ୟାହ୍ନ ସମୟରେ ବେତଡ଼ାରୁ ସାହସପୁରାକୁ ୨୦ଟି ଗୋରୁଙ୍କୁ ଚଲାଇ ଚଲାଇ ୭ ଜଣ ବ୍ୟକ୍ତି ଚଲାଇ ଚଲାଇ ନେଉଥିବା ବେଳେ ସ୍ଥାନୀୟ ଗୋସେବକ ମାନେ ସେମାନଙ୍କୁ ଅଟକାଇ ସୋର ପୋଲିସକୁ ଖବର ଦେଇଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୨୦ ଟି ଗୋରୁଙ୍କୁ ଉଦ୍ଧାର କରି ସୋର ଗୋଶାଳାରେ ରଖିବା ସହିତ ୭ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଗୋରୁ ବେପାରୀ ମାନେ ଗୋଚାଲାଣ ପାଇଁ ଏହିପରି ଭାବରେ କିଛି ଲୋକଙ୍କୁ ଦରମା ଦେଇ ଚଲାଇ ଚଲାଇ ଗୋଚାଲାଣ କରୁଥିବାର ଅଭିଯୋଗ କରିଛନ୍ତି ସ୍ଥାନୀୟ କିଛି ଗୋସେବକ । ପୋଲିସ ସଠିକ ଭାବେ ତଦନ୍ତ କରି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି ।
ଅର୍ଗସ ବ୍ୟୁରୋ: ବାତ୍ୟା ମିଗଜୋମ୍ ତାଣ୍ଡବ ରଚିବା ପରେ ଇଏ ହେଉଛି ତା ପରର ଦୃଶ୍ୟ । ଯୁଆଡେ ଆଖି ବୁଲାଇବ ଚାରିଆଡେ ପାଣି ପାଣି । ତଳିଆ ଅଞ୍ଚଳ ଠାରୁ ଆରମ୍ଭ କରି ବଡ ବଡ ଆପାର୍ଟମେଣ୍ଟ ସବୁଠି ପାଣି ଭର୍ତ୍ତି ହୋଇଛି । ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ରାସ୍ତା ନାଳ ସବୁ ଏକ ହୋଇଯାଇଛି । ଯିଏ ଯେଉଁଠି ସିଏ ସେଇଠି ।
ବାତ୍ୟା ମିଗଜୋମ୍ ପ୍ରଭାବରେ ଏବେ ପାଣି ଘେରରେ ପୁରା ଚେନ୍ନାଇ ସହର । ସହରରେ କେଉଁଠି ଦଶଫୁଟ ପାଣି ତ କେଉଁଠି କୋଡିଏ ଫୁଟ୍ ପର୍ଯ୍ୟନ୍ତ ପାଣି ଜମି ରହିଛି । ଅନେକ ଲୋକ ବାତ୍ୟା ପ୍ରଭାବରେ ଏବେ ଜଳବନ୍ଦୀ ଅବସ୍ଥାରେ ଫସି ରହିଛନ୍ତି । ଅନେକ NDRF ଟିମ୍ ଫସି ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି l ବିଶେଷ କରି ଛୋଟ ଛୁଆ ଓ ବୟସ୍କଙ୍କୁ ପ୍ରଥମେ ସୁରକ୍ଷିତ ଉଦ୍ଧାର କରାଯାଉଛି । ରାସ୍ତାଘାଟ ସବୁ ଜଳମଗ୍ନ । ହେଲେ ଏହି ଉଦ୍ଧାର କାର୍ଯ୍ୟରେ ଜଣେ ଓଡିଆ ଯବାନଙ୍କ କମାଲ ଦେଖିବାକୁ ମିଳିଛି l ନିଜ ଜୀବନକୁ ବାଜିରେ ଲଗାଇ ପାଣିରୁ ଜୀବନ ଛାଣି ଆଣୁଛନ୍ତି ଯବାନ ।
ସୁଇଟର ପିନ୍ଧିବେ କି ରେନ କୋଟ୍ ବୁଝିପାରୁନାହାନ୍ତି ଲୋକେ
ଯବାନ ଜଣଙ୍କ 10 ଦିନର ଶିଶୁକୁ ଧରି କିପରି ଜଳବନ୍ଦୀରୁ ଉଦ୍ଧାର କରୁଛନ୍ତି ତାହାର ଏକ ଫୋଟ ଏବେ ଭାଇରାଲ୍ ହେବାରେ ଲାଗିଛି । ଏ ଯବାନ ଜଣଙ୍କ ହେଉଛନ୍ତି ରାୟଗଡା ଜିଲ୍ଲା ବିଷମକଟକ ସହରର NDRF ଚତୁର୍ଥ ବାଟାଲିୟନ କାର୍ଯ୍ୟରତ ଥିବା ରାଜେନ୍ଦ୍ର ଗନ୍ତାୟତ ବୋଲି ଜଣାପଡିଛି । ଜଳବନ୍ଦୀ ଅବସ୍ଥାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ସହ ସେଠାକାର ଲୋକେ କିପରି ସୁରକ୍ଷିତ ଅବସ୍ଥାରେ ଉଦ୍ଧାର ହେବେ ସେଥିପାଇଁ ଭଗବାନଙ୍କୁ ପ୍ରାର୍ଥନା ମଧ୍ୟ ଜଣାଇଛନ୍ତି l
ନିଜ ଟିମ୍ ସହ 25 ଫୁଟ୍ ପାଣି ଭିତରେ ପଶି ଲୋକଙ୍କୁ ଉଦ୍ଧାର କରୁଛନ୍ତି । କିପରି ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିପାରିବେ ସେଥିପାଇଁ ପୁରା ଚେଷ୍ଟା କରୁଛନ୍ତି ।