ଗୃହ ପାଳିତ ପଶୁପାଳନ କରିବା ପାଇଁ ସରକାର ବିଭିନ୍ନ ଯୋଜନା ମାନ କରୁଛନ୍ତି । ଗରିବ ଲୋକମାନେ ରୋଜଗାର କ୍ଷମ ହେବାପାଇଁ ଛେଳି ଚାଷ କରି ଜୀବିକା ନିର୍ବାହ କରୁଛନ୍ତି । ଗ୍ରାମର ଜଣେ ଗରିବ ଲୋକ ୫ ଟି ଛେଳି ରଖିଥିଲେ । ଛେଳି ପାଞ୍ଚଟି ସ୍କୁଲ ପରିସରରେ ପଶି ଗଛଲତା ଖାଉଥିବା ଦେଖି ଛେଳି ଗୁଡ଼ିକୁ ସ୍କୁଲ ପରିସରରୁ ବାହାର କରିବା ପରିବର୍ତ୍ତେ ଏକ ପଲିଥିନ ଜରିରେ କୁଣ୍ଡା ଭିତରେ ୟୁରିଆ ସାର ମିଶାଇ ଛେଳିଙ୍କୁ ଖାଇବାକୁ ଦେଇ ମାରିଦେଇଛନ୍ତି ବୋଲି ଛେଳିର ମାଲିକ ସହିତ ଗ୍ରାମବାସୀ ମାନେ ଅଭିଯୋଗ କରି ସ୍କୁଲ ଆଗରେ ବସିଛନ୍ତି ।
ଯେପର୍ଯ୍ୟନ୍ତ ମୃତ ଛେଳି ଗୁଡ଼ିକର କ୍ଷେତି ପୂରଣ ନ ମିଳିଛି ସ୍କୁଲର ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କୁ ଛାଡ଼ିବୁ ନାହିଁ ବୋଲି ଗ୍ରାମବାସୀ ମାନେ ଜିଦରେ ଅଟଳ ରହିଛନ୍ତି । ଘଟଣା ସ୍ଥଳରେ ନାଉଗାଁ ପୋଲିସ ପହଂଚି ଘଟଣାର ତଦନ୍ତ କରୁଥିବାର ସୂଚନା ମିଳିଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।