ଆପଣ ଭାବୁଥିବେ ଏହି ନିଶା କଥା ଆମେ କହୁଛୁ କଣ ପାଇଁ। ତେବେ ଆମେ କୈାଣସି ମଦୁଆ ବିଷୟରେ ଆଜି କହିବୁନି ଆମେ। ଏ ହେଉଛି ଅତି ଆଦରର ସହ ମଟନ ଭାବେ ଖାଉଥିବା ବୋଦାର କଥା। ଯିଏକି ପ୍ରତିଦିନ ଖାଇଥାଏ ଗୁଟୁକା, ପାନ, ବିଡି, ସିଗାରେଟ୍ ଓ ମଦ।
ପୁରୀ ସହର ଠାରୁ ଅତି କମ୍ ବାଟରେ ପଡିଥାଏ ଚନ୍ଦନପୁର ବଜାର। ବଜାର ମଝିରେ ରହିଛି ନାରାୟଣ ବେହେରାଙ୍କର କିଷ୍ଣ୍ରା ହୋଟେଲ। ଦୀର୍ଘ ୧୨ବର୍ଷ ହେବ ନାରୟଣ ଏହି ହୋଟେଲ ସାମ୍ନାରେ ପାଳି ପୋଷି ବଡ କରିଛନ୍ତି। ଯେଉଁ ଗ୍ରାହକ ମେନେ ହୋଟେଲକୁ ଖାଇବାକୁ ଆସିଥାନ୍ତା ସେମାନେ ପାଖରେ ଥିବା ପାନ ଦୋକାନରୁ କାନ,ବିଡି,ସିଗାରେଟ୍ ଖାଇଥାନ୍ତି। ଏହାକୁ ପ୍ରତିଦିନ ଦେଖିଥାଏ ଏହି ବୋଦାଟି। ଅନେକ ଥର ମଧ୍ୟ ଗ୍ରାହକଙ୍କ ହାତରୁ ବୋଦାଟି ଧିରେ ଧିରେ ପାନ, ଗୁଟୁଖା, ବିଡି, ସିଗାରେଟ୍ ଖାଇବା ଆରମ୍ଭ କରିଦେଇଛି। ଯାହାକି ଆଜି ତାର ପ୍ରିୟ ଖାଦ୍ୟ ପାଲଟିଛି। ଯେଉଁ ଗ୍ରାହକ ମାନେ ହୋଟେଲେକୁ ଖାଇବାକୁ ଆସିଥାନ୍ତି ସେମାନେ ଏହି ବୋଦାଟି ସହ ଲାଗି ମଜା କରିଥାନ୍ତି ଓ ତାର ପ୍ରିୟ ଖାଦ୍ୟଟିକୁ ଦେଇଥାନ୍ତି।