ଏନେଇ କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ଦାବି ପତ୍ର ଦେଇଛି ଶୌଣ୍ଢିକ ସମାଜ । ଦାବି ପତ୍ରରେ ଦର୍ଶାଯାଇଛି 20 ଦିନ ବିତି ଯାଇଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ ନେଇ କୌଣସି ସୂଚନା ଦେଉନାହିଁ, ପୋଷ୍ଟମର୍ଟମ ରିପୋର୍ଟ ପ୍ରକାଶ କରୁନାହିଁ, ପରିବାର ପାଇଁ ଲେଖାଯାଇଥିବା ଚିଠି ଦେଖାଯାଉନାହିଁ । ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ନେତାମାନେ କେସରେ ସଂପୃକ୍ତ ଥିବାରୁ କେସକୁ ଚାପି ଦିଆଯାଉଥିବା ଅଭିଯୋଗ କରିଛି ଶୌଣ୍ଢିକ ସମାଜ। ଏତିସହିତ ଗୋବିନ୍ଦଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବା ପାଇଁ ମଧ୍ୟ ଦାବି କରାଯାଇଛି ।
ପୂର୍ବରୁ ଗୋବିନ୍ଦଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ଆତ୍ମହତ୍ୟା ନୁହେଁ ଏହା ପ୍ରିପ୍ଲାନଡ ମର୍ଡର। ଯେଉଁମାନେ ମମିତାଙ୍କ ହତ୍ୟାର ଷଡଯନ୍ତ୍ରକାରୀ ସେହିମାନେ ହିଁ ଗୋବିନ୍ଦଙ୍କ ହତ୍ୟା ପଛର ଚକ୍ରାନ୍ତକାରୀ। ମମିତାଙ୍କ ବାପା ବି ଅଭିଯୋଗ କରିଥିଲେ ଦିବ୍ୟ ଶଙ୍କର ମହାଲିଙ୍ଗ କଲେଜ ଯାଉଥିଲେ ଶାରିରୀକ ସଂପର୍କ ରଖିବାକୁ। ପରେ ସେ ବୟାନ ବଦଳାଇଦେଇଥିଲେ। ଦିବ୍ୟ ଶଙ୍କରରଙ୍କ ଚାପରେ ସେ ଏଭଳି କରିଥିବା ଅଭିଯୋଗ ହୋଇଥିଲା।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।