ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ତିନି ଦିନ ହେଲା କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରୁଥିବାବେଳେ ଆଜି ବଲାଙ୍ଗୀରରୁ ଜେଲ୍ ପରିସର ଭିତରେ ଲାଗିଥିବା ସିସିଟିଭିକୁ ମରାମତି କରିବା ପାଇଁ ପହଂଚିଛନ୍ତି ଦୁଇ ଜଣ ଏକ୍ସପର୍ଟ କର୍ମଚାରୀ । ଜେଲ୍ ପରିସରରେ ଲାଗିଥିବା 16ଟି ସିସିଟିଭି ମଧ୍ୟରୁ କେଉଁ ନିର୍ଦ୍ଧିଷ୍ଟ ସିସିଟିଭି ଅଚଳ ଅଛି ସେ ଜାଣିନଥିବା କହିଲେ ମରାମତି ପାଇଁ ଆସିଥିବା କର୍ମଚାରୀ ।
ତେବେ ଗଛ ପାଇଁ ଝାପସା ଆସୁଥିବା ବୋଲି ପ୍ରତିକ୍ରିୟା ଦେଇଥିବା ଜେଲ ଡିଆଇଜି ମିଛ କହିଥିଲେ କି । ଯଦି ସିସିଟିଭି ଖରାପ ଥିଲା ତେବେ କାହିଁକି ତାକୁ ଠିକ୍ ସମୟରେ ମରାମତି କରାଗଲା ନାହିଁ ।ଏହା ଜାଣିଶୁଣି ଏକ ଯୋଜନା କି । ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି । କଏଦୀଙ୍କୁ ଗୋବିନ୍ଦ ର ମୃତ୍ୟୁ ସମ୍ପର୍କରେ ପଚାରିବାରୁ କିଛି ବି ଜାଣୁ ନାହୁଁ ବୋଲି କଏଦୀ ମାନେ କହିଥିଲେ ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।