ସୂଚନାଯୋଗ୍ୟ, ଗତ ଡିସେମ୍ବର 20 ତାରିଖରେ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜେଲରେ ଆତ୍ମହତ୍ୟା କରିଥିଲେ । ଜେଲ ଭିତରେ ତାଙ୍କ ମୃତ୍ୟୁକୁ ନେଇ ନାନା ପ୍ରଶ୍ନ ଉପୁଜିଥିଲା । ଏହା ଆତ୍ମହତ୍ୟା ନା ହତ୍ୟା ଏନେଇ ପ୍ରଶ୍ନ ଉଠିଥିଲା ।
ଆତ୍ମହତ୍ୟା ନା ଆଉ କିଛି । ବିବାଦରେ ଥିଲେ ୟଙ୍ଗ ୟଙ୍ଗ ଫିଲ୍ କରୁଥିବା କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର । ସନସାଇନ ସ୍କୁଲ ଓ ମହାଲିଙ୍ଗ କଲେଜ ମୁଖ୍ୟ ଥିଲେ ଗୋବିନ୍ଦ । ଦିବ୍ୟଶଙ୍କର ମିଶ୍ରଙ୍କ ଖାସ୍ ଥିଲେ ଗୋବିନ୍ଦ । ସନସାଇନ ସ୍କୁଲ ପ୍ରିନସପାଲ୍ ମମିତା ମେହେରଙ୍କ ନିଖୋଜ ପରେ ସାମ୍ନାକୁ ଆସିଥିଲା ଘଟଣା ।
ଏହାପରେ ମହାଲିଙ୍ଗରୁ ଗିରଫ ହୋଇଥିଲେ କଲେଜ ମାଲିକ ଗୋବିନ୍ଦ ସାହୁ । ଟିଟଲାଗଡ଼ ଥାନାରୁ ଚମ୍ପଟ ମାରିଥିଲେ ଗୋବିନ୍ଦ । ପରେ ନାଟକୀୟ ଭାବେ ଧରାପଡିଥିଲେ ଗୋବିନ୍ଦ ସାହୁ । ବିବାଦ ଘେରକୁ ଆସିଥିଲେ ସେତେବେଳର ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।
ଓଡିଶା ଖବର ଆହୁରି ପଢନ୍ତୁ