ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତ ମଲ୍ଳୀପଦର ଗ୍ରାମର ଦିବ୍ୟାଙ୍ଗ ତାରେଶ୍ୱର ପଣ୍ଡା । ବୟସ ୪୫ । ଦିବ୍ୟାଙ୍ଗ ହୋଇ ବି ନିଜକୁ କେବେ ଅକ୍ଷମ ଭାବି ନାହାନ୍ତି । କଳିଯୁଗର ଶ୍ରବଣ କୁମାର ସାଜି ପାଇଥିବା ଟ୍ରାଇ ସାଇକେଲରେ ଭିନ୍ନକ୍ଷମ ବାପାଙ୍କୁ ବସାଇ ନିଜେ ଠେଲି ଠେଲି ନେଉଥିବା ଦୃଶ୍ୟ ବୟାନ କରୁଛି । ସତ୍ୟରେ ବାପା-ମା’ ପ୍ରତି ବର୍ତ୍ତମାନ ପିଲାମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ କଥା । ତିନି ବର୍ଷ ତଳେ ଏକ ଦୁର୍ଘଟଣାରେ ବାପା ଅଣ୍ଟା ଭାଙ୍ଗି ଯାଇଥିବାବେଳେ ଅର୍ଥର ଅଭାବରୁ ତାଙ୍କର ଚିକିତ୍ସା କରିପାରିନଥିଲେ ତାରେଶ୍ୱର । ସେ ଦିନଠାରୁ ଗୁଣ୍ଡୁରୀ ଗୁଣ୍ଡୁରୀ ଚଳୁଛନ୍ତି ତାଙ୍କ ବାପା ଶ୍ୟାମ ସୁନ୍ଦର ପଣ୍ଡା । ବୟସ 85 ପାର୍ । ସେହିଭଳି ତାରେଶ୍ୱରଙ୍କ ମାଆ କୁନି ପଣ୍ଡା ଦୂରା ରୋଗ କ୍ୟାନସରରେ ପୀଡ଼ିତ ହୋଇ ଶଯ୍ୟାସାୟୀ ।
ସରକାରୀ ସହାୟତା କହିଲେ ତାରେଶ୍ୱରକୁ ମିଳୁଛି ୭୦୦ ଟଙ୍କା । ଦିବ୍ୟାଙ୍ଗ ଭତ୍ତା ବାପା ମା ଙ୍କୁ ୮୦ ବର୍ଷ ଉପରେ ହୋଇଥିଲେ ବି ୫୦୦ ଟଙ୍କାର ଭତ୍ତା । ଅନ୍ତଦ୍ୟୋୟ ଯୋଜନାରେ ୩୫ କେଜି ଚାଉଳ। ଭାତ ସିନା ହେଇଯାଉଛି । କିନ୍ତୁ ଲଗାଇ ଖାଇବାକୁ ପଡିଶା ଘରେ ମାଗିବାକୁ ପଡୁଛି ତରକାରୀ । ସେପଟେ ସରକାର ତାରେଶ୍ୱରଙ୍କୁ କିଛି ଦିନ ତଳେ ଦେଇଥିବା ଟ୍ରାଇସାଇକେଲ ଭାଙ୍ଗି ଯାଇଛି । ଏକ ନୂତନ ସାଇକେଲ ବାପା ମା’ଙ୍କ ଚିକିତ୍ସା ସହ ନିଜେ କିପରି ଚଳିବେ ସେଥିପାଇଁ ଆର୍ଥିକ ସହାୟତା ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି ତାରେଶ୍ୱର ।
ଏପଟେ ଘଟଣା ସମ୍ପର୍କରେ ବେଗୁନିଆ ବିଡ଼ିଓ ଜାଣିବା ପରେ ତୁରନ୍ତ ପଦକ୍ଷେପ ନିଆଯିବା ସହ ଟ୍ରାଇସାଇକେଲ ଓ ବର୍ଦ୍ଧିତ ଭତ୍ତା ଟଙ୍କା ତୁରନ୍ତ ଦେବାକୁ ପ୍ରତିଶୃତି ଦେଇଛନ୍ତି ବିଡିଓ ଲକ୍ଷ୍ମୀଧର ସାହୁ ।
ଯନ୍ତ୍ରଣାର ପ୍ରତିଟି ମୁହୁର୍ତ୍ତର କଷଟି ପଥରରେ କଷି ହେଉଛନ୍ତି ଭିନ୍ନକ୍ଷମ ତାରେଶ୍ୱର । କେତେବେଳେ ନିଜର ଭିନ୍ନକ୍ଷମତାକୁ ନେଇ ଅସହାୟ ମନେ କରିଛନ୍ତି ତ ଆଉ କେତେବେଳେ ପରିବାରର ବୋଝ ତାଙ୍କୁ ବ୍ୟତିବ୍ୟସ୍ତ କରିପାରିନାହିଁ । ସରକାରୀ ସହାୟତାଙ୍କୁ ପୁଞ୍ଜି କରି ଜୀବନ ଯୁଦ୍ଧରେ ସେ କେବେ ହାରିବା ଶିଖିନାହାନ୍ତି । ନିଜେ ଶ୍ରବଣ କୁମାର ଭଳି ବାପା ମାଙ୍କ ସେବାରେ ନିଜକୁ ନିୟୋଜିତ କରି ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି ।
ଯେଉଁମାନେ ପିଲାମାନେ ବାପା ମାଙ୍କୁ ହତାଦର କରୁଛନ୍ତି ସେମାନେ ଏହି ଠାରୁ ନିଶ୍ଚୟ କିଛି ଶିଖିବା କଥା ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।