ଛୋଟ ପିଲା ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଖୁସିରେ ଝୁମିଥିଲେ। ବାଣ ରୋଷଣୀରେ ପ୍ରକମ୍ପିତ ହୋଇଥିଲା ନୀଳଗିରି। ନୀଳଗିରି ର୍ ରାଣୀ ସାହେବା ଓ ତାଙ୍କ ପୁତ୍ରବଧୁ ଦୁହେଁ ମାଙ୍କ ପ୍ରତିମୂର୍ତ୍ତି କୁ ପୂଜାର୍ଚ୍ଚନା ପରେ ଜଗନ୍ନାଥ ମନ୍ଦିର ପରିସର କୁ ପ୍ରବେଶ କରାଇଥିଲେ। ଯେମିତି ନାରୀଟିଏ ବିନା ପୁରୁଷ ଅଧା ସେମିତି ନୀଳଗିରି ଜଗନ୍ନାଥ ମନ୍ଦିର ରେ ମା ଲକ୍ଷ୍ମୀ ସାନ୍ତାନ୍ତାଣୀ ବିନା ଅଧୁରା ଥିଲେ ମହାବାହୁ। ଜଗନ୍ନାଥ ମନ୍ଦିରରେ ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ମହାବାହୁ ଜଗନ୍ନାଥ ପୂଜା ପାଉଥିବା ବେଳେ ତାଙ୍କ ଡାହାଣ ପାର୍ଶ୍ଵରେ ମା ବିମଳା ପୂଜା ପାଉଥିଲେ। କିନ୍ତୁ ମନ୍ଦିର ପରିସରରେ ମା ଲକ୍ଷ୍ମୀ ଙ୍କ ସ୍ୱତନ୍ତ୍ର ମନ୍ଦିର ଟିଏ ନଥିଲା।
ନୀଳଗିରି ବାସୀ ତଥା ଭକ୍ତ ଶ୍ରଦ୍ଧାଳୁ ଙ୍କ ଆଶା ଓ ସ୍ୱପ୍ନ ଥିଲା ମନ୍ଦିର ଟିଏ ହୁଅନ୍ତାକି। ଆଉ କେଇଟା ଦିନ ପରେ ପ୍ରଭୁଙ୍କ କୃପାରୁ ମା ଲକ୍ଷ୍ମୀ ବିରାଜ ମାନ ହେବେ ମା ଆଉ ମାଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ପାଇବେ ଭକ୍ତ ଶ୍ରଦ୍ଧାଳୁ। ଆଉ ଦୁଇ ଦିନ ପରେ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ଜଗନ୍ନାଥ ମନ୍ଦିରରେ ପୂଜା ପାଇବେ ମା ମହାଲକ୍ଷ୍ମୀ।
୩୧ ତାରିଖରେ ରାଜା ରାଣୀଙ୍କ ପ୍ରଥମ ବନ୍ଦାପନା ପରେ ସର୍ବସାଧାରଣଙ୍କ ପାଇଁ ଦର୍ଶନ ଦେବେ ମା ମହାଲକ୍ଷ୍ମୀ। ଆଜି ସେ ଭକ୍ତର ଡାକ ଶୁଣିଛନ୍ତି ପ୍ରଭୁ ଜଗନ୍ନାଥ। ପାର୍ଶ୍ଵରେ ମା ଲକ୍ଷ୍ମୀ ସାଆନ୍ତାଣୀ କୁ ପାଇ ମହାବାହୁ ବି ଖୁସି ଅନ୍ୟପଟେ ମାଙ୍କୁ ପୂଜାର୍ଚ୍ଚନା ଆରଧନା କରି ଭକ୍ତଟିଏ ବି ହେବ ଖୁସି। ଆସନ୍ତା ୨୮ ରୁ ୩୧ ତାରିଖ ମଧ୍ୟରେ ମା ମହାଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ ହେବ।ପ୍ରତ୍ୟେକ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ଭାବ ଭାବନାରେ ଥିଲା କେବେ ମା ମହାଲକ୍ଷ୍ମୀ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ଜଗନ୍ନାଥ ମହାବାହୁ ଙ୍କ ପାର୍ଶ୍ଵରେ ପୂଜା ପାଇବେ ତାହା ଆଜି ବାସ୍ତବରେ ପରିଣତ ହେବାକୁ ଯାଉଛି। ଆଉ ଦୁଇ ଦିନ ପରେ ପୂଜା ପାଇବେ ମା ମହାଲକ୍ଷ୍ମୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର: