ରାଜ୍ୟର ଅନେକ ସ୍ଥାନରେ ବର୍ତ୍ତମାନ ବିଭିନ୍ନ ଦେବୀଙ୍କ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ମା ପାଟଖଣ୍ଡା ଯାତ୍ରା ର ରହିଛି ସ୍ୱତନ୍ତ୍ର ପରିଚୟ ଓ ନିଆରା ପରମ୍ପରା। ଏଠି ଏକସାଥିରେ ପାଞ୍ଚ ଭଉଣୀ ତଥା ମା ଦକ୍ଷିଣକାଳୀ, ମା ମହାମାୟୀ, ମା ବରାଳ ଦେବୀ, ମା ଡେଙ୍ଗ ସିଲ ଓ ମା ଦୁର୍ଗା ଙ୍କୁ ନେଇ ମା ପାଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଥାଏ l ମା' ଠାକୁରାଣୀଙ୍କ ଏହି ଅଲୌକିକ ଯାତ୍ରା ସମୟରେ ରାଜ୍ୟର ବୁଭିନ୍ନ ଅଞ୍ଚଳରୁ ପ୍ରବଳରୁ ପ୍ରବଳ ଶ୍ରଦ୍ଧାଳୁଙ୍କ ସୁଅ ଛୁଟେ l ମା'ଙ୍କ ଅସ୍ଥାୟୀ ମଣ୍ଡପରେ ଦର୍ଶନ କଲେ ସମସ୍ତ ଭକ୍ତ ଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ଅଛି।
ମା' ପାଟଖଣ୍ଡା ଠାକୁରାଣୀ ଯାତ୍ରା ସମୟରେ ପ୍ରତି ସନ୍ଧ୍ୟା ରେ ସନ୍ଧ୍ୟା ଆଳତି ସାରି ବାଲିଗୁଡ଼ା NAC ର ଗଳିକନ୍ଦି ବୁଲି ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ଭକ୍ତ ମାଙ୍କ ଚରଣ ଧୋଇ ଆଶୀର୍ବାଦ ଲାଭ କରୁଥିବା କହିଛନ୍ତି ଭକ୍ତ l ଅନ୍ୟପଟେ ମା'ଙ୍କ ନଗର ପରିକ୍ରମା ସମୟ ରେ ଆୟୋଜନ ହେଉଥିବା ବିଭିନ୍ନ ପଟୁଆର ଲୋକଙ୍କୁ ଆକୃଷ୍ଟ କରୁଥିବା ବେଳେ ସହରର ବିଭିନ୍ନ ଗଳିରେ ଗଢିଉଠିଥିବା ବିଭିନ୍ନ ଆକର୍ଷଣୀୟ ମେଢ଼, ଆଲୋକ ସଜା ଓ ମିନାବଜାର ଲୋକଙ୍କ ମନୋରଞ୍ଜନ ପାଇଁ ଖୋରାକ ଯୋଗାଇଛି।
ପ୍ରତ୍ୟେକ ଦିନ ମା' ପାଟଖଣ୍ଡା ନଗର ପରିକ୍ରମା କରୁଛନ୍ତି । ସନ୍ଧ୍ୟା ସମୟ ରେ ବିରାଟ ପଟୁଆର ସହିତ ସ୍ଥାନୀୟ କଳା,ସଂସ୍କୃତି ଓ ପରମ୍ପରା କୁ ପ୍ରାଧାନ୍ୟ ଦିଆ ଯାଇଥିବା ଦେଖିବାକୁ ମିଳୁଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: