
ଅର୍ଗସ ବ୍ୟୁରୋ : ମନରେଗା କାମରେ ଦୁର୍ନିତୀ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର। ସେ କଡ଼ା ଶବ୍ଦରେ କହିଛନ୍ତି ଯେ, ଓଡିଶାରେ ମନରେଗା କାମରେ ଦୁର୍ନୀତି ଚାଲିଛି। ଶ୍ରମିକମାନଙ୍କ ପାଇଁ ସବୁ ବ୍ଲକରେ ପହଁଚି ପାରୁନାହିଁ। ରାତି ଅଧିଆ ଜେସିଵି ଟ୍ରାକ୍ଟର ଲଗାଇ କାମ ହେଉଛି। ବିଡ଼ିଓ ଓ ସ୍ଥାନୀୟ ବିଧାୟକ ନେଉଛନ୍ତି। ହାଟଡିହି ବ୍ଲକରେ ପୋଖରୀ ଖୋଳା କାମରେ ମେସିନ ବ୍ୟବହାର ହୋଇଛି।
ଗୋଲକ ମହାପାତ୍ର ପୁଣି କହିଛନ୍ତି ଯେ, ମୃତ ଵ୍ୟକ୍ତିଙ୍କ ନାଁରେ, ବାର୍ଦ୍ଧକ୍ୟ ଭତ୍ତା ନେଉଥିବା ଲୋକ ଓ ସ୍କୁଲ ଶିକ୍ଷକଙ୍କ ନାଁରେ ଟଙ୍କା ଉଠୁଛି। ଖଲ୍ଲିକୋଟର ବକୁଟା ପଞ୍ଚାୟତରେ ମେସିନରେ କାମ ହେଉଛି। ଓଡିଶାର ଅନେକ ବ୍ଲକରେ ଦୁର୍ନୀତି ହୋଇଛି। ବିଡିଓ, କଣ୍ଟ୍ରାକ୍ଟର ଓ ମେସିନ ଭିତରେ ମଧୁ ଚନ୍ଦ୍ରିକା ଚାଲିଛି। ଦୁର୍ନୀତି ହେଉଛି, ପ୍ରକୃତ ହିତାଧିକାରୀ ପାଉନାହାନ୍ତି। ରାଜ୍ୟ ସରକାରଙ୍କୁ ଦାବି ଏହା ଉପରେ ତଦନ୍ତ ହେଉ। ଚେତାବନୀ ଦେଉଛୁ ଯଦି ରାଜ୍ୟ ସରକାର କିଛି କାର୍ଯ୍ୟାନୁଷ୍ଠାନ ନେବେ ନାହିଁ ତେବେ ବିଜେପି ସବୁ ବ୍ଲକ ଆଗରେ ଧାରଣା ଦେବ।
