ଜଙ୍ଗଲର ଦେଢ କିଲୋମିଟର ବ୍ୟାସାର୍ଦ୍ଧରେ ୧୦ଟି ଗାତ ଖୋଳାଯାଇଛି। ମେସିନ୍ ସବୁ ଦୁଇ ଶହ ଫୁଟ ମାଟି ଭିତରକୁ ଯାଇ ନମୂନା ସଂଗ୍ରହ କରୁଛି। ଗତ ୬ ମାସ ଧରି ଭାରତ ସରକାରଙ୍କ ଦ୍ବାରା ନିରନ୍ତର ଚାଲିଛି ଏହି ନମୂନା ସଂଗ୍ରହ କାର୍ଯ୍ୟ।
ଏହି ତରମାକାନ୍ତ ଅଞ୍ଚଳ ଦିନେ ଥଣ୍ଡା ଜଳବାୟୁ ଲାଗି ପ୍ରସିଦ୍ଧ ଥିଲା। ଚାହା ଚାଷ ପାଇଁ ଅନୁକୂଳ ଥିଲା ଏହି ଅଞ୍ଚଳ। ହେଲେ, ତାହା ଏବେ ବନ୍ଦ ହୋଇଯାଇଛି । ଆଦିବାସୀବହୁଳ ଏହି ଅଞ୍ଚଳର ଲୋକେ ରୋଜଗାର ପାଇଁ ମୁଖ୍ୟତଃ ବଣଜଙ୍ଗଲ ଉପରେ ନିର୍ଭର କରିଥାନ୍ତି ।
କିନ୍ତୁ କିଛି ବର୍ଷ ତଳେ କେତେକ ଆଦିବାସୀ ପାଣିରୁ ସୁନା କଣିକା ପାଇବା ଚର୍ଚ୍ଚା ହୁଏ। ଯାହାକୁ ନେଇ କିଛି ନିର୍ଦ୍ଧିଷ୍ଟ ଗଣମାଧ୍ୟମ ଓ ଖବର କାଗଜ ଖବର ପ୍ରକାଶ କରନ୍ତି।
୮୦ଦଶକରୁ ଏହି ଅଞ୍ଚଳରେ ସୁନାଖଣି ପାଇଁ ନମୂନା ସଂଗ୍ରହ କାର୍ଯ୍ୟ ଆରମ୍ଭ ହୁଏ। କିନ୍ତୁ କିଛି ବର୍ଷ ଚାଲିବା ପରେ ବନ୍ଦ ରୁହେ। ହେଲେ, ଗତ ୬ ମାସ ଧରି ପୁନର୍ବାର ନମୂନା ସଂଗ୍ରହ କାର୍ଯ୍ୟ ହାତକୁ ନିଅନ୍ତି ଭାରତ ସରକାର। ଜିଓଲଜିକାଲ ସର୍ଭେ ଅଫ ଇଣ୍ଡିଆ ନମୂନା ସଂଗ୍ରହ କାର୍ଯ୍ୟକୁ ଆଗକୁ ବଢାଏ। ଆଉ ଆଜି ସେହି କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଦେଖିବାକୁ ରହିଲା ସୁନା ଖଣି ଠାବ ହେଲେ, ଏ ଅଞ୍ଚଳର ବିକାଶ କେତେ ହେଉଛି।
କିଛି ମାସ ପୁର୍ବରୁ ଉତ୍ତର ପ୍ରଦେଶରୁ ମଧ୍ଯ ସୁନାର ଭଣ୍ଡାର ଠାବ କରା ଯାଇଥିଲା
ଆହୁରି ଅଧିକ ଓଡିଶା ଖବର ପଢ଼ନ୍ତୁ...