ଖୋର୍ଦ୍ଧା ଜିଲ୍ଲାର ପୁବୁସାହିଠାରେ ଠାବ ହୋଇଛନ୍ତି ଏହି ବିରଳ ଓ ନିଆରା ଗୋମାତା। ଯିଏ ତିନିଗୋଟି ଗୋଡରେ ଚଲାବୁଲା କରିବା ସହ ନିଜର ଜୀବନକୁ ଅତିବାହିତ କରୁଛନ୍ତି। ପୂଵୁସାହିର ରାମକୃଷ୍ଣ ଗୋ ସେବା କେନ୍ଦ୍ର ଗୋଶାଳା। ସୁନ୍ଦର ଓ ମନୋରମ ପରିବେଶ ଭିତରେ ରହିଛି ଗୋଶାଳା। ଯେଉଁଠି ଶତାଧିକ ଗାଈ ସେବା ଯତ୍ନ ପାଇ ରହିଛନ୍ତି। କିନ୍ତୁ ସେମାନଙ୍କ ଭିତରେ ନିଆରା ବାରି ହୋଇ ପଡନ୍ତି ଏହି ଗୋମାତା। ଯାହାଙ୍କର ୩ଟି ଗୋଡ। ହେଲେ ସେ ଅତି ଆଦରର ସହ ଏଠାରେ ସେବା ଯତ୍ନ ପାଉଛନ୍ତି।
ଗୋଶାଳାର କର୍ମୀମାନଙ୍କ କହିବା କଥା, ଦୁର୍ଘଟଣାରେ ଆହତ ହୋଇଥିବା ଗୋରୁମାନଙ୍କୁ ଏଠାକୁ ଆଣି ରଖାଯାଏ। ସେମାନଙ୍କ ସେବା ଯତ୍ନ କରାଯାଏ। ବର୍ତ୍ତମାନ ଓଡ଼ିଶାରେ ଗୋଚାଲଣ ସଂଖ୍ୟା ଆଗ ଅପେକ୍ଷା ବଢିବଢି ଯାଇଛି। ଯାହାକୁ ରୋକ ଲଗାଇବା ପାଇଁ ରାସ୍ତାକଡ଼ରେ ବୁଲୁଥିବା ଗୋରୁମାନଙ୍କୁ ଏଠାକୁ ଆଣି ରଖାଯାଉଛି। ଆଗକୁ ମଧ୍ୟ ଏହି ପ୍ରୟାସ ଜାରି ରହିବ।
ଆମ ଧର୍ମରେ ଗୋଟିଏ କଥା ରହିଛି, ‘ନମୋ ବ୍ରାହ୍ମଣ୍ୟ ଦେବାୟ, ଗୋ ବ୍ରାହ୍ମଣ୍ୟ ହିତାୟଚ, ଜଗତଧିତାୟ କୃଷ୍ଣାୟ ଗୋବିନ୍ଦାୟ ନମୋ ନମଃ।’ ଏହି ଶ୍ଲୋକର ଅର୍ଥ ଭଗବାନ କୃଷ୍ଣଙ୍କୁ ମୁଁ ପ୍ରଣାମ କରୁଛି ଯେ, ଗୋ ବା ଗୋରୁ, ବ୍ରାହ୍ମଣ ଓ ସମଗ୍ର ଜଗତର ହୀତ ଚିନ୍ତକ ଅଟନ୍ତି। ଅଥାତ୍ ଆମ ଧର୍ମିକ ଚିନ୍ତନରେ ଗୋମାତାର ସେବା ପରମଧର୍ମ। ଯାହାକୁ ଏହି ରାମକୃଷ୍ଣ ଗୋ ସେବା କେନ୍ଦ୍ର ଅକ୍ଷରେ ଅକ୍ଷରେ ପାଳନ କରିଛି।