୨୦୦୯ ସେପ୍ଟେମ୍ବର ୯ ତାରିଖରେ ସେ ହାବିଲଦାରରୁ ASIକୁ ପଦୋନ୍ନତି ପାଇଥିଲେ । ୨୦୧୬ ପୂର୍ବରୁ ତାଙ୍କୁ ପୋଲିସ ଫିଲ୍ଡରେ ୧୨ ସର୍ଭିସ ମାର୍କ ମିଳିଥିଲା । ତେବେ ଜଣେ କର୍ତ୍ତବ୍ୟନିଷ୍ଠ ପୋଲିସ କର୍ମଚାରୀ କିପରି ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କଲେ ତାହା ଏବେ ବଡ଼ ପ୍ରଶ୍ନ । ସେପଟେ ଗୋପାଳଙ୍କର ମାନସିକ ସ୍ଥିତି ଠିକ୍ ନଥିବା ପରିବାର ଲୋକେ କହିଥିଲେ ।
ପୋଲିସ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ASI ଗୋପାଳଙ୍କୁ ଅନେକ ପୁରସ୍କାର

ଝାରସୁଗୁଡା: ନବ ଦାସଙ୍କୁ ଗୁଳି କରିଥିବା ASI ଗୋପାଳ ଦାସଙ୍କୁ ପୋଲିସ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମିଳିଛି ଅନେକ ପୁରସ୍କାର । ନିଜ କ୍ୟାରିୟରରେ ମୋଟ ୧୮ଟି ମେଡାଲ ସାଙ୍ଗକୁ ୮ ଥର ଅର୍ଥରାଶି ପ୍ରଦାନ କରାଯାଇଥିଲା ।
Download Argus News App
