ଅନ୍ୟପଟେ ବ୍ରଜରାଜନଗର ଗାନ୍ଧି ଛକ କ୍ରାଇମ ସ୍ପଟରେ ତନାଘନା କଲେ ଜଷ୍ଟିସ ଜେପି ଦାସ, ପୋଲିସ ଡିଜି ଓ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । ପ୍ରଥମେ ପୋଲିସ ଡିଜି ସୁନୀଲ ବଂଶଲ କ୍ରାଇମ୍ ସ୍ପଟରେ ପହଞ୍ଚି ତଦନ୍ତ କରିଥିଲେ । ତାଙ୍କ ସହ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର ଉପସ୍ଥିତ ଥିଲେ।
ପରେ ଜଷ୍ଟିସ ଜେପି ଦାସ ଓ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା କ୍ରାଇମ୍ ସ୍ପଟକୁ ଯାଇ ତନାଘନା କରିଛନ୍ତି । ସେପଟେ ଗାନ୍ଧି ଛକ ଫାଣ୍ଡିକୁ ଯାଇ ତନାଘନା କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଯେଉଁଠାରେ ASI ଭାବେ କାର୍ଯ୍ୟରତ ଥିଲେ ଗୋପାଳ ଦାସ ।