ନବ ଦାସଙ୍କର ବହୁତ ଗୁଡିଏ ବିଜନେସ୍ ଥିଲା, ବଡ଼ ସାମ୍ରାଜ୍ୟ ରହିଥିଲା । ପଶ୍ଚିମ ଓଡିଶାର ଟାଣୁଆ ନେତା ଥିଲେ ସେ । ତାଙ୍କ ସାମ୍ରାଜ୍ୟକୁ ଖତମ କରି ସେଠୁ ଟଙ୍କା କଲେକ୍ସନ କରିବା ପାଇଁ କେହି ଜଣେ ନେତା ଏହି ହତ୍ୟାକାଣ୍ଡ କରାଇଛନ୍ତି । ସମ୍ପୂର୍ଣ୍ଣ ଭାବେ ଷଡ଼ଯନ୍ତ୍ର କରି ନବ ଦାସଙ୍କୁ ମାରି ଦିଆଯାଇଛି । ବିଜେନେସ ପାଇଁ ତାଙ୍କୁ ପଲିଟିକାଲି ମର୍ଡର କରାଯାଇଛି । ସେଠି ନବ ଦାସଙ୍କର ବିଜେନେସ ଯେପରି ଚାଲୁଥିଲା କିଛି ପଲିଟିକାଲ ଲୋକ ସେ ସାମ୍ରାଜ୍ୟକୁ ଅଧିକାର କରିବା ପାଇଁ ଏହି ମର୍ଡର କରିଛନ୍ତି ।
ଆଉ ବିଜେଡି ଦଳର ହିଁ ନେତା ଏହି ହତ୍ୟାକାଣ୍ଡ ପଛରେ ରହିଛନ୍ତି । ବହୁତ ବଡ଼ ନେତା ଏହି ହତ୍ୟାକାଣ୍ଡ ପଛରେ ଅଛନ୍ତି । ପଶ୍ଚିମ ଓଡିଶାର ନେତା ନୁହେଁ ଉପକୂଳ ଓଡିଶାର ଜଣେ ପ୍ରଭାବଶାଳୀ ନେତା ନବ ଦାସଙ୍କ ହତ୍ୟାକାଣ୍ଡ ପଛରେ ରହିଛନ୍ତି । ସିବିଆଇ ତଦନ୍ତ ହେଲେ ଏ ସବୁ କିଛିର ଗୁମର ଖୋଲିଯିବ ବୋଲି କହିଲେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ।
କିଏ ମରିଗଲା କିଏ ହଜିଗଲା ବିଜେଡିର ସେଥିରେ କିଛି ଦୁଃଖ ନଥାଏ । ତାଙ୍କ ଦଳର ଗୋଟିଏ ଚିନ୍ତା କିପରି ନିର୍ବାଚନ ଜିତିବେ । ସମବେଦନା ହୀନ ବିଜେଡି । କାହାର ମୃତ୍ୟୁରେ ଟିକିଏ ବି ସମବେଦନା ନାହିଁ । ଏମିତି କହି ଶାସକ ଦଳକୁ ସମାଲୋଚନା କଲେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ।