ସୂଚନାଯୋଗ୍ୟ, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନାରେ ରୁଜୁ ତିନିଟି ମାମଲାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ଜାମିନ୍ ମିଳିଛି । ସେ ୧୪ ଲକ୍ଷ ଟଙ୍କା ଜମା କରି ଜାମିନ୍ରେ ଅଛନ୍ତି । ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ଠକେଇ ମାମଲାରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ ।
ପୂର୍ବରୁ କ୍ରାଇମବ୍ରାଞ୍ଚ ଦ୍ୱାରା ଦାୟର ମାମଲାରେ ଜାମିନ ମିଳିଥିଲା । ଟାଟା କମ୍ପାନୀରେ ଚାକିରି କରାଇଦେବା ନାଁରେ ଠକେଇ ମାମଲାରେ ଗିରଫ ହୋଇଥିଲେ ପ୍ରଦୀପ ପାଣିଗ୍ରାହୀ । ଜଣେ ପ୍ରାର୍ଥୀଙ୍କଠାରୁ ୬ ଲକ୍ଷ ନେଇଥିଲାବେଳେ ଆଉ ଦୁଇ ଜଣ ଆଶାୟୀଙ୍କଠାରୁ ଯଥାକ୍ରମେ ୫ ଲକ୍ଷ ଓ ୩ ଲକ୍ଷ ଟଙ୍କା ନେଇଥିଲେ । ଏନେଇ ଗୋଳନ୍ଥରା ଥାନାରେ ପୃଥକ ପୃଥକ ତିନିଟି ମାମଲା ରୁଜୁ ହୋଇଥିଲା ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।