ଏହାସହ କ୍ରାଇମବ୍ରାଞ୍ଚ ଡିଜି ଅରୁଣ ବୋଥ୍ରା ଓ ଜଷ୍ଟିସ ଜେପି ଦାସ କ୍ରାଇମ ସ୍ପଟ୍ ଯାଞ୍ଚ କରିଛନ୍ତି। ସେପଟେ ବ୍ରହ୍ମପୁରରେ ପୁଣି କ୍ରାଇମବ୍ରାଞ୍ଚ ଟିମ୍ର ତନାଘନା ଜାରି ରହିଛି। ରାତି 9ଟା ରୁ 12ଟା ଯାଏଁ ଦିର୍ଘ ୩ଘଣ୍ଟା ଧରି ଜଳେଶ୍ବରଖଣ୍ଡିରେ ଥିବା ପୈତୃକ ଘରେ ପୁଣି ପରିବାର ଲୋକଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ ଟିମ। ଏମିତିକି ଗୋପାଳଙ୍କ ଝିଅଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚର ଟିମ ଅଧିକ ସମୟ ପଚରାଉଚରା କରିଥିବା କୁହାଯାଉଛି। ଏଥର କ୍ରାଇମବ୍ରାଞ୍ଚ ଟିମରେ ତିନିଜଣ ରହିଛନ୍ତି।
ଅନ୍ୟପଟେ ହଠାତ ପୁଣି କାହିଁକି କ୍ରାଇମ ବ୍ରାଞ୍ଚ ଟିମ ଆସିଲେ କିମ୍ବା କଣ କିଛି ପଚରାଉଚରା କଲେ, ସେ ସମ୍ଭନ୍ଧରେ କ୍ରାଇମବ୍ରାଞ୍ଚ ଟିମ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି। ପୂର୍ବରୁ ଗତ ମାସ ୩୧ରେ କ୍ରାଇମବ୍ରାଞ୍ଚ ଟିମ ବ୍ରହ୍ମପୁରରେ ପହଞ୍ଚି ୫ ଦିନ ତଦନ୍ତ କରି 6ଦିନରେ ଫେରିଥିଲା କ୍ରାଇମବ୍ରାଞ୍ଚ ଟିମ। ତେବେ ପୁଣି କ୍ରାଇମବ୍ରାଞ୍ଚ ଟିମ୍ର ରିଟର୍ନକୁ ନେଇ କଳ୍ପନା ଜଳ୍ପନା ବଢ଼ିବାରେ ଲାଗିଛି।
ଅଧିକ ଓଡିଶା ନ୍ୟୂଜ଼ ପଢନ୍ତୁ