ବରୀ ମାଟିକୁ ସ୍ୱାଧୀନତା ସଂଗ୍ରାମର ଏନ୍ତୁଡ଼ିଶାଳ କୁହାଯାଏ। ତେଣୁ ଏହାର ଐତିହ୍ୟକୁ ବଞ୍ଚାଇବା ପାଇଁ ବରୀ ବ୍ଲକ ପରିସରରେ ୧୯୯୩ ମସିହାରେ ତିଆରି ହୋଇଥିଲା ସ୍ୱାଧୀନତା ସଂଗ୍ରାମୀ ଭବନ । ସେତେବେଳେର ରାଜସ୍ୱ ମନ୍ତ୍ରୀ ଦାମୋଦର ରାଉତ ଏହି ଗୃହକୁ ଉଦଘାଟନ କରିଥିଲେ l ହେଲେ ଆଜି ଏହା ପାଲଟିଛି ଅଳିଆ ଗୃହ ଓ RWSS ବିଭାଗର ଗୋଦାମ ଗୃହ l
ସ୍ୱାଧୀନତା ସଂଗ୍ରାମୀ ଭବନରେ ଅଦରକାରୀ ଓ ପୁରୁଣା କାଗଜ ପତ୍ରରେ ଭର୍ତି ହୋଇ ରହିଛି। ସ୍ୱାଧୀନତା ସଂଗ୍ରାମୀ ଭବନ ସ୍ଥାନେସ୍ଥାନେ ଉଇ ହୁଙ୍କା ହୋଇଗଲାଣି l ୩୦ ବର୍ଷ ଧରି ସଂଗ୍ରାମ କରୁଥିବା ଏହି ସ୍ୱାଧୀନତା ସଂଗ୍ରାମୀ ଭବନକୁ ନା କେବେ ନଜର ଦେଇଛି ପ୍ରଶାସନ ନା ରାଜନେତା l ଏଣୁ ଯାଜପୁର ଜିଲ୍ଲା ବରୀ ବ୍ଲକ ବିଭିନ୍ନ ଲୋକଙ୍କ ମଧ୍ୟ୍ୟରେ ଅସନ୍ତୋଷ ଦେଖାଯାଉଛି l
ଅଧିକ ପଢନ୍ତୁ: ଅନେକ ସଂଗ୍ରାମୀଙ୍କ ମୁକସାକ୍ଷୀ ଆଜି ଜରାଜୀର୍ଣ୍ଣ ଅବସ୍ଥାରେ
ହରିଜନ ପଦଯାତ୍ରା ସମୟରେ ୧୯୩୪ ମସିହା ମେ ୩୦ତାରିଖ ଦିନ ମହାତ୍ମାଗାନ୍ଧୀ ବରୀ ଅନ୍ୟାସୀପୁରଠାରେ ରାତ୍ରିଯାପାନ କରିଥିଲେ। ପରଦିନ ପାଦରେ ଚାଲି ଚାଲି ଯାଜପୁର ହୋଇ ଭଦ୍ରକ ଯାଇଥିଲେ l ସେହି ପଦଯାତ୍ରାରେ ଗୋପବନ୍ଧୁ ଚୌଧୁରୀ ଓ ମା ରମାଦେବୀଙ୍କ ନେତୃତ୍ୱ ବରୀ ଅଞ୍ଚଳର ବହୁ ଲୋକ ଯୋଡି ହୋଇଥିଲେ। ପରେ ସେମାନେ ସ୍ୱାଧୀନତା ସଂଗ୍ରାମରେ ଯୋଗଇଦେଥିଲେ l
୧୯୪୨ ମସିହା ଅଗଷ୍ଟ ୨୬ତାରିଖ ଦିନ ଇଂରେଜ ମାନଙ୍କ ଗୁଳିରେ ଚାରିଜଣ ଶହୀଦ ହୋଇଥିଲେ l ତେଣୁ ଏହି ବରୀ ମାଟିକୁ ସ୍ୱାଧୀନତା ସଂଗ୍ରାମର ଏନ୍ତୁଡ଼ି ଶାଳ କୁହାଯାଏ । ଯଦି ଖୁବ ଶୀଘ୍ର ଏହି ସ୍ୱାଧୀନତା ସଂଗ୍ରାମୀ ଭବନର ପୁନଃଉଦ୍ଧାର କରା ନ ଯାଏ ତେବେ ଆଗାମୀ ଦିନରେ ଜନ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଲୋକେ l
ଯେଉଁମାନଙ୍କ ପାଇଁ ଆମ ଦେଶ ସ୍ୱାଧୀନତା ପାଇଲା ସେମାନଙ୍କୁ ସଂମ୍ମାନଜଣାଇବା ସହିତ ସେମାନଙ୍କ ଐତିହ୍ୟ ଗାଥାକୁ ଆଜିର ଯୁବପିଢ଼ିଙ୍କୁ ଜାଣିବା ପାଇଁ ବରୀ ବ୍ଲକ ପରିସରରେ ତିଆରି ହୋଇଥିବା ସ୍ୱାଧୀନତା ସଂଗ୍ରାମୀ ଭବନ କେବେ ସଫା ହେବା ସହିତ ଆଗାମୀ ପିଢ଼ି ପାଇଁ କାମରେ ଆସିବ ତାହା ଦେଖିବାକୁ ବାକି ରହିଲା l