ଓଡ଼ିଶାରେ ବି କାର୍ ପଛ ସିଟ୍ରେ ବସୁଥିବା ଲୋକଙ୍କ ପାଇଁ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ ହେବ। ଏନେଇ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବା ସହ ନିୟମ କଡ଼ାକଡ଼ି ଲାଗୁ କରିବାକୁ ପରିବହନ ବିଭାଗ ପକ୍ଷରୁ ପରିବହନ କମିସନରଙ୍କୁ ଚିଠି କରାଯାଇଛି। ଏହାକୁ ଆଧାର କରି ପରିବହନ ବିଭାଗ ଆବଶ୍ୟକ ପଦକ୍ଷେପ ନେବାକୁ କହିଛି।
ଦୁଇ ଚକିଆ, ତିନି ଚକିଆ ଯାନ ବାଦ୍ ଯେଉଁ ଗାଡ଼ିରେ ୮ରୁ କମ୍ ସିଟ୍ ଥିବ, ସେଥିରେ ଡ୍ରାଇଭର ନିକଟରେ ଆଗରେ ବସୁଥିବା ଯାତ୍ରୀ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ। ସେହିପରି ୮ରୁ କମ୍ ସିଟ୍ ବିଶିଷ୍ଟ ଗାଡ଼ିରେ ପଛରେ ଯେଉଁ ଯାତ୍ରୀ ଆଗକୁ ମୁହଁ କରି ବସୁଥିବେ ସେମାନେ ସିଲ୍ଟ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ। ଯଦି ଯାତ୍ରୀ ଏହାକୁ ନମାନ୍ତି ତେବେ ଗାଡ଼ି ଚାଳକଙ୍କ ଠାରୁ ହଜାରେ ଟଙ୍କା ଜରିମାନା ଆଦାୟ ହେବ। ସେହିପରି ଗାଡ଼ି ପିଛ ସିଟ୍ କଭର୍ ଯେପରି ସିଟ୍ ବେଲ୍ଟ ପିନ୍ଧିବାରେ ବାଧକ ନସାଜେ ତାହାକୁ ଫିଟନେସ୍ ନବୀକରଣ ବେଳେ ଯାଞ୍ଚ କରିବାକୁ କୁହାଯାଇଛି। ଏହାସହ ଲୋକଙ୍କୁ ଅବଗତ କରାଇବାକୁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।