ଏହି ସଂଘଠନ ଆରମ୍ଭ ହୋଇଯାଇଛି ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜକନିକା ବ୍ଲକର ନୂତନ ପେନସନ ସ୍କିମ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର । ରାଜକନିକା ବ୍ଲକର ପ୍ରାୟ ୩୫୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ନିଜର ଶ୍ରମ ଓ ସେବା ଦେଇ ୨୦୦୧ମସିହା ଠାରୁ ଆରମ୍ଭ ୨୦୧୮ମସିହା ପର୍ଯ୍ୟନ୍ତ କେତେ ଛାତ୍ର ଛାତ୍ରୀ ମାନଙ୍କୁ ଉଚ୍ଚ ଶିକ୍ଷା ଦେଇ ଅନ୍ଧାରରୁ ଆଲୋକର ପଥ ଦେଖାଇଛନ୍ତି । ସେହି ମାନେ ଆଜି ସରକାରଙ୍କ ଯୋଜନାରେ ପଡ଼ି ଯାଇଛନ୍ତି ବଳୀ ।
ସରକାର ୨୦୧୩ ମସିହାରେ ନିଯୁକ୍ତି ପାଇଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ କଣ୍ଟାକ୍ଟ ଉଚ୍ଛେଦ କରି ସେମାନଙ୍କୁ ମୂଳ ଚାକିରୀରେ ନିଯୁକ୍ତି ଦିଆଯିବ ଏବଂ ସରକାରଙ୍କର ସମସ୍ତ ସୁବିଧା ସୁଯୋଗ ପାଇବେ ବୋଲି ଗତ ସେପ୍ଟେମ୍ବର ମାସରେ ଆଦେଶନାମା ଜାରି କଲେ । କିନ୍ତୁ ଯେଉଁ ମାନେ ୨୦୦୧ମସିହାରୁ ଏପର୍ଯ୍ୟନ୍ତ ଅଳ୍ପ୍ ବେତନରେ ଶିକ୍ଷା ଦେଇ ଆସୁଥିଲେ ସେମାନଙ୍କର ନା ଅଛି ମୂଳ ଚାକିରି ନା ଅଛି ଇନକ୍ରି ମେଣ୍ଟ ନା ଅଛି ସରକାରଙ୍କର ସମସ୍ତ ଆଇନ କାନୁନ ଗଣନା ତାଲିକାରେ ନାମ । ତାର ପ୍ରତିବାଦରେ ଆଜି ସେମାନେ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।